ଓଡିଶା

odisha

ETV Bharat / state

କଲରାପତରିଆ ବାଘ ଛାଲ ସହ ବାରହା ମାଂସ ଜବତ, ତିନି ଗିରଫ

ନୂଆପଡା ବନବିଭାଗର ଚଢାଉ । କଲରାପତରିଆ ବାଘଛାଲ ସହ 20 କେଜି ବାରହା ମାଂସ ଜବତ । ବିପୁଳ ପରିମାଣରେ ବନ୍ୟଜନ୍ତୁ ସାମଗ୍ରୀ ସହ ତିନି ଗିରଫ । ଅଧିକ ପଢନ୍ତୁ

କଲରାପତରିଆ ବାଘ ଛାଲ ସହ ବାରହା ମାଂସ ଜବତ, ତିନି ଗିରଫ
କଲରାପତରିଆ ବାଘ ଛାଲ ସହ ବାରହା ମାଂସ ଜବତ, ତିନି ଗିରଫ

By

Published : Sep 20, 2020, 6:03 PM IST

ନୂଆପଡା: ବନବିଭାଗର ଚଢାଉ, କଲରାପତରିଆ ବାଘଛାଲ ସହ ବାରହା ମାଂସ ଜବତ । ବହୁପରିମାଣରେ ବନ୍ୟଜନ୍ତୁ ସାମଗ୍ରୀ ଜବତ କରି ତିନି ଜଣଙ୍କୁ ଗିରଫ କରାଯାଇଛି ।

କଲରାପତରିଆ ବାଘ ଛାଲ ସହ ବାରହା ମାଂସ ଜବତ, ତିନି ଗିରଫ

ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀ ବିବେକ କୁମାରଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ,ଖରିଆର ରୋଡ ବନବିଭାଗ ପକ୍ଷରୁ ଟିପାଝର ଗାଁରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ରାମକେଲାବାଇ ଶବର ନାମ୍ନୀ ମହିଳାଙ୍କ ଘରୁ କଲରା ପତରିଆ ବାଘ ଛାଲ, ବାଘର କଟା ମୁଣ୍ଡ,20 କିଲୋଗ୍ରାମ ବାରହା ମାଂସ, ବଜ୍ରକାପ୍ତା ,ସାଇକଣ୍ଟା ଭଳି ବହୁ ପରିମାଣର ବନ୍ୟଜନ୍ତୁ ସାମଗ୍ରୀ ଜବତ କରିଛି ନୂଆପଡା ବନ ବିଭାଗ। ସେହିଭଳି ଧନୁତୀର,ଚାରିଗୋଟି ଟାଙ୍ଗିଆ, ବନ୍ୟଜନ୍ତୁ ଶିକାରରେ ବ୍ୟବହୃତ ଫାସ, ବିଭିନ୍ନ ପ୍ରକାରର ଜାଲ ଜବତ କରିଛି ବନବିଭାଗ।

ବେଆଇନ ବନ୍ୟଜନ୍ତୁ ଶିକାର ମାମଲାରେ ରାମକେଲାବାଇ ଶବର ନାମ୍ନୀ ମହିଳା ତାଙ୍କ ପୁଅ ଶୋଭା ଶବର ସହ ଜଣେ ନାବାଳକକୁ ଗିରଫ କରାଯାଇଛି । ନୂଆପଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ତଦନ୍ତ ଜାରି ରହିଥିବା ବନାଧିକାରୀ ବିନିତା ଭୋଇ ପ୍ରକାଶ କରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details