ଓଡିଶା

odisha

ETV Bharat / state

276 ପରିବାରଙ୍କୁ ରାସନ ଯୋଗାଇଲେ ନାଇଣ୍ଟିନାଇନ ୱାରୀୟସ ଯୁବକ ସଂଘ

ଲକଡାଉନ ସମୟରେ ନୂଆପଡା ଜିଲ୍ଲା ଖଡ଼ିଆଳ ନାଇଣ୍ଟିନାଇନ ୱାରୀୟସ ମିଳିତ ଯୁବକ ମାନଙ୍କ ପ୍ରଶଂସନୀୟ କାର୍ଯ୍ୟ । ଗରିବ ଦିନ ମଜୁରିଆଙ୍କ ଚୁଲି ଶାଳାରେ ରାସନ ଧରି ପହଁଚିଥିଲେ ନାଇଣ୍ଟିନାଇନ ଯୁବକମାନେ । ଅଧିକ ପଢନ୍ତୁ...

The Ninthine Warriors Youth Association provided food to 276 families
276 ପରିବାରଙ୍କୁ ରାସନ ଯୋଗାଇଲେ ନାଇଣ୍ଟିନାଇନ ୱାରୀୟସ ଯୁବକ ସଂଘ

By

Published : Apr 3, 2020, 7:28 AM IST

ନୂଆପଡା: ଲକଡାଉନ ସମୟରେ ନୂଆପଡା ଜିଲ୍ଲା ଖଡ଼ିଆଳ ନାଇଣ୍ଟିନାଇନ ୱାରୀୟସ ମିଳିତ ଯୁବକ ମାନଙ୍କ ପ୍ରଶଂସନୀୟ କାର୍ଯ୍ୟ । ଗରିବ ଦିନ ମଜୁରିଆଙ୍କ ଚୁଲି ଶାଳାରେ ରାସନ ଧରି ପହଁଚିଥିଲେ ନାଇଣ୍ଟିନାଇନ ଯୁବକମାନେ । ଘର ଘର ବୁଲି ରାସନଦେଇ ଗରିବଙ୍କ ମୁହଁରେ ହସ ଫୁଟାଇଛନ୍ତି ଏମାନେ । ମହାମାରୀ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ କାରଣରୁ ଦୋକାନ ବଜାର ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ଫଳରେ କାମଧନ୍ଧ ହରାଇଥିବା ଦିନ ମଜୁରିଆ ପରିବାର ପ୍ରତିପୋଷଣ ନେଇ ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ଏଭଳି କିଛି ପରିବାରକୁ ଚିହ୍ନଟ କରି ରାସନ ଯୋଗାଇ ଦେଇଛନ୍ତି ନାଇଣ୍ଟିନାଇନ ୱାରୀୟସ ଯୁବକ ମାନେ ।

276 ପରିବାରଙ୍କୁ ରାସନ ଯୋଗାଇଲେ ନାଇଣ୍ଟିନାଇନ ୱାରୀୟସ ଯୁବକ ସଂଘ

ଖଡ଼ିଆଳ କଲେଜ ନିକଟସ୍ଥ ପଡ଼ିଆରେ ଆଶ୍ରୟ ନେଇଥିବା ରାଜ୍ୟ ବାହାରର 250 ପରିବାର, ଶ୍ୟାମକୁମ ହୋଟେଲ ସମ୍ମୁଖରେ ଥିବା 8 ଗୋଟି ପରିବାର, ବଷ୍ଟାଣ୍ଡ ପାଖରେ ଥିବା 11 ଗୋଟି ପରିବାର ଏବଂ ଆଉଟପୋଷ୍ଟ ପଡାର 7ଗୋଟି ପରିବାର ଆଦି ସମୁଦାୟ 276 ପରିବାରଙ୍କୁ ରାସନ ଯୋଗାଇ ଦେଇଛନ୍ତି ଏହି ସ୍ବେଚ୍ଛାସେବୀ । ଲକଡାଉନ ଜାରି ରହିଥିବା ପର୍ଯ୍ୟନ୍ତ ଏଭଳି ସହାୟତା ଯୋଗାଇଦେବେ ବୋଲି ସେମାନେ ସୂଚନା ଦେଇଛନ୍ତି ଏବଂ ସେମାନଙ୍କ ଏଭଳି ସ୍ୱେଚ୍ଛାକୃତ କାର୍ଯ୍ୟକୁ ନୂଆପଡା ଜ଼ିଲ୍ଲାବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details