ଓଡିଶା

odisha

ETV Bharat / state

ନୂଆପଡା ଜିଲ୍ଲାରେ କାଠ ମାଫିଆଙ୍କ ପ୍ରାର୍ଦୁଭାବ - ମୂଲ୍ୟବାନ ସରଗି ଗଛ

ଦିନକୁ ଦିନ ଅଖଡଭଟା ଗାଁ ନିକଟସ୍ଥ ଜଙ୍ଗଲରେ ଗଛ କଟାଳିଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଏନେଇ ଆଗାମୀ ଦିନରେ ବନ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକଙ୍କ ଦାବୀ । ଅଧିକ ପଢନ୍ତୁ...

ନୂଆପଡା ଜିଲ୍ଲାରେ କାଠ ମାଫିଆଙ୍କ ପ୍ରାର୍ଦୁଭାବ
ନୂଆପଡା ଜିଲ୍ଲାରେ କାଠ ମାଫିଆଙ୍କ ପ୍ରାର୍ଦୁଭାବ

By

Published : May 30, 2021, 10:33 PM IST

ନୂଆପଡା: ନୂଆମାଲପଡା ଗ୍ରାମ ପଞ୍ଚାୟତ ଅଧିନ ଅଖଡଭଟା ଗାଁ ନିକଟସ୍ଥ ଜଙ୍ଗଲ ଉପରେ ପଡିଛି ଗଛ କଟାଳିଙ୍କ ଲୋଲୁପ ଦୃଷ୍ଟି । ବେଆଇନ ଭାବେ ମୂଲ୍ୟବାନ ସରଗି ଗଛକୁ କାଟି ଜଙ୍ଗଲ ସଫା କରୁଛନ୍ତି ସ୍ଥାନୀୟ କାଠ ବେପାରୀ । ତୁରନ୍ତ ବନ ବିଭାଗ ଦୃଷ୍ଟି ଦେଇ ଜଙ୍ଗଲକୁ ସୁରକ୍ଷା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ନୂଆପଡା ଜିଲ୍ଲାରେ କାଠ ମାଫିଆଙ୍କ ପ୍ରାର୍ଦୁଭାବ

ସୂଚନାନୁସାରେ ଅଖଡାଭଟା ଗାଁ ଠାରୁ ପୋର୍ଟଇପଡା, ନୂଆମାଲପଡା ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେ ଥିବା ଜଙ୍ଗଲରେ ବ୍ୟାପକ ମାତ୍ରାରେ ମୂଲ୍ୟବାନ ସରଗି ଗଛ ଶୋଭା ପାଉଛି ।

ଅତି ମନୋରମ ପରିବେଶ ସୃଷ୍ଟି ହୋଇଥିବାବେଳେ ମନଲୋଭା ସରଗି ଗଛକୁ କାଟି ନେଉଛନ୍ତି ମାଫିଆ । ଜଙ୍ଗଲ ଉପରେ କାଠ ମାଫିଆଙ୍କ ଯଦି ଏଭଳି ଦୃଷ୍ଟି ପଡେ ତେବେ ଆଗାମୀ ଦିନରେ ଜଙ୍ଗଲ ଶେଷ ହୋଇଯିବ ବୋଲି ଲୋକେ ଅଭିଯୋଗ କରିଛନ୍ତି । ବେଳ ଥାଉଁ ଥାଉଁ ବନ ବିଭାଗ ନିରବ ନ ରହି ତୁରନ୍ତ ତଦନ୍ତ କରି ଅଭିଯୁକ୍ତ କାଠ ମାଫିଆ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।


ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details