ଓଡିଶା

odisha

ETV Bharat / state

ପ୍ରବାସୀ ଶ୍ରମିକଙ୍କର ଦୁଃସାହସିକତା, ସାଇକେଲରେ 12ଶହ କିଲୋମିଟର ଯାତ୍ରା - ପ୍ରବାସୀ ଶ୍ରମିକଙ୍କର ଦୁଃସାହସିକତା

ସିନାପାଲି ବ୍ଳକ ବରପଦର ଗାଁର 2ଜଣ ପ୍ରବାସୀ ଶ୍ରମିକଙ୍କର ଦୁଃସାହସିକ କାମ । ସୁଦୂର ଚେନ୍ନାଇ ସହରରୁ ମାତୃଭୂମି ନୂଆପଡା ଜିଲ୍ଲା ବରପଦର ଗାଁ ଅଭିମୁଖେ ଯାତ୍ରା । ତାହାପୁଣି ଯାତ୍ରୀ ବାହୀ ଟ୍ରେନ କିମ୍ବା ବସ ନୁହେଁ । ସାଇକଲ ସାହାଯ୍ୟରେ ଦୀର୍ଘ 1200 କିଲୋମିଟର ଯାତ୍ରା । ଅଧିକ ପଢନ୍ତୁ...

The bravery of migrant workers, a journey of 1,200 km on bicycles
ପ୍ରବାସୀ ଶ୍ରମିକଙ୍କର ଦୁଃସାହସିକତା, ସାଇକେଲରେ 12ଶହ କିଲୋମିଟର ଯାତ୍ରା

By

Published : May 6, 2020, 5:20 PM IST

Updated : May 6, 2020, 5:41 PM IST

ନୂଆପଡା: ସିନାପାଲି ବ୍ଳକ ବରପଦର ଗାଁର 2ଜଣ ପ୍ରବାସୀ ଶ୍ରମିକଙ୍କର ଦୁଃସାହସିକ କାମ । ସୁଦୂର ଚେନ୍ନାଇ ସହରରୁ ମାତୃଭୂମି ନୂଆପଡା ଜିଲ୍ଲା ବରପଦର ଗାଁ ଅଭିମୁଖେ ଯାତ୍ରା । ତାହାପୁଣି ଯାତ୍ରୀ ବାହୀ ଟ୍ରେନ କିମ୍ବା ବସ ନୁହେଁ । ସାଇକଲ ସାହାଯ୍ୟରେ ଦୀର୍ଘ 1200 କିଲୋମିଟର ଯାତ୍ରା । ଦିବାରାତ୍ର ସାତଦିନର ଯାତ୍ରା ପରେ ଆଜି ନୂଆପଡା ଜିଲ୍ଲା ବରପଦର ଗାଁରେ ପହଞ୍ଚିଛନ୍ତି ଏହି ସାହସିକ ପ୍ରବାସୀ ଶ୍ରମିକ ।

ପ୍ରବାସୀ ଶ୍ରମିକଙ୍କର ଦୁଃସାହସିକତା, ସାଇକେଲରେ 12ଶହ କିଲୋମିଟର ଯାତ୍ରା

ସୂଚନା ଅନୁସାରେ, ସିନାପାଲି ବ୍ଲକ ବରପଦର ଗାଁର ଦାଦନ ଶ୍ରମିକ ଅଲେଖ ପରାଭୁଏ ଏବଂ ନନ୍ଦ ଛତ୍ରିୟା । ପେଟ ଚାଖଣ୍ଡେ ପାଇଁ କାମ ଧନ୍ଦା ଅନ୍ଵେଷଣରେ ସୁଦୂର ଚେନ୍ନାଇ ସହର ମେଣ୍ଢାବାକମ ଠାରେ ରାଜମିସ୍ତ୍ରୀ କାମ କରି ଚଳୁଥିଲେ । ଦେଶବ୍ୟାପୀ ହଠାତ ଲକଡାଉନ ହେବା ପରେ ସେଠାରେ ଫସିରହିଥିଲେ ଏହି ଦୁଇ ଦାଦନ ଯୁବକ । ପାଖରେ ଯାହାକିଛି ଅର୍ଥ ଥିଲା ଏକମାସ ଲକଡାଉନରେ ଚଳିଗଲେ । ପରେ ବହୁ ଅସୁବିଧାର ସମ୍ମୁଖୀନ ହେଲେ । ଏପରିକି ମାଲିକ କିମ୍ବା ସେଠାକାର ପ୍ରଶାସନ କୌଣସି ସୁବିଧା କଲେ ନାହିଁ । ତେଣୁ ବାଧ୍ୟ ହୋଇ ନିଜ ମାତୃଭୂମି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବରପଦର ଗାଁକୁ ଫେରିଆସିବା ପାଇଁ ମନସ୍ତ କଲେ । ପରେ ସାହାସିକତାର ସହ ଦୀର୍ଘ 1200 କିଲୋମିଟର ସାଇକେଲିଂ କରି ନିଜ ଗାଁ ବରପଦର କୁ ଫେରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : May 6, 2020, 5:41 PM IST

ABOUT THE AUTHOR

...view details