ଓଡିଶା

odisha

ETV Bharat / state

କୋରୋନା ଯୋଦ୍ଧା କଲେ ରକ୍ତଦାନ

ରାଜ୍ୟରେ ମହାମାରୀର ମୁକାବିଲା ପାଇଁ ମଧ୍ୟ ଅନେକ କୋରୋନା ଯୋଦ୍ଧା ଆଗେଇ ଆସି ସମାଜକୁ ସଚେତନ କରିବାରେ ଲାଗିଛନ୍ତି । ଏମିତିରେ ନୂଆପଡା ଜିଲ୍ଲା ଖଡିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ଖମାରିଙ୍କ ନେତୃତ୍ବରେ ସମାଜର ସେବା ପାଇଁ କୋଭିଡ ଯୋଦ୍ଧା ଭାବେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଗେଇ ଆସିଥିବା ଜଣା ପଡିଛି । ଅଧିକ ପଢନ୍ତୁ...

By

Published : Aug 8, 2020, 12:19 PM IST

nuapada latest news, blood donation camp in nuapada, blood donation camp by covid warriors, blood donation camp, covid warriors of nuapada, teachers as covid warriors, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ନୂଆପଡାରେ ରକ୍ତଦାନ ଶିବିର ଆୟୋଜନ, କୋରୋନା ଯୋଦ୍ଧାଙ୍କ ରକ୍ତଦାନ ଶିବିର ଆୟୋଜନ, ରକ୍ତଦାନ ଶିବିର, ନୂଆପଡା କୋରୋନା ଯୋଦ୍ଧା, ଶିକ୍ଷକ ଶିକ୍ଷୟିତ୍ରୀ କୋରୋନା ଯୋଦ୍ଧା
କୋରୋନା ଯୋଦ୍ଧା ଭାବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ରକ୍ତଦାନ ଶିବିର ଆୟୋଜନ

ନୂଆପଡା: ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ମହାମାରୀର ମୁକାବିଲା ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି କୋରୋନା ଯୋଦ୍ଧା । ଏନେଇ ରାଜ୍ୟରେ ମହାମାରୀର ମୁକାବିଲା ପାଇଁ ମଧ୍ୟ ଅନେକ କୋରୋନା ଯୋଦ୍ଧା ଆଗେଇ ଆସି ସମାଜକୁ ସଚେତନ କରିବାରେ ଲାଗିଛନ୍ତି । ଏମିତିରେ ନୂଆପଡା ଜିଲ୍ଲା ଖଡିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ଖମାରିଙ୍କ ନେତୃତ୍ବରେ ସମାଜର ସେବା ପାଇଁ କୋଭିଡ ଯୋଦ୍ଧା ଭାବେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଗେଇ ଆସିଥିବା ଜଣା ପଡିଛି ।

କୋରୋନା ଯୋଦ୍ଧା ଭାବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ରକ୍ତଦାନ ଶିବିର ଆୟୋଜନ

ଗୋଟିଏପଟେ ମହାମାରୀ ସ୍ଥିତିରେ ରକ୍ତ ଭଣ୍ଡାର ଖାଲି ପଡିଥିବା ବେଳେ ରକ୍ତାଭାବରୁ ଅନେକଙ୍କର ପ୍ରାଣହାନୀ ଘଟିସାରିଛି । ଏମିତିରେ ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖଡିଆଳ ବ୍ଲକ ବାଦୀସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । ଏହି ଅବସରରେ ଏମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜିତ ସମ୍ମାନ ଉତ୍ସବରେ ଖଡିଆଳ ଗୋଷ୍ଠୀ ଅଧିକାରୀ ଜଗଦୀଶ ଖମାରି ଅଧ୍ୟକ୍ଷତା କରିବା ସହ ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଅତିଥିମାନେ କୋରୋନା ଯୋଦ୍ଧାଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଛନ୍ତି । ସେପଟେ ଆୟୋଜିତ କାର୍ଯ୍ୟକ୍ରମରେ ସିଆରସିସି ଶିକ୍ଷକ ଶିକ୍ଷୟିତ୍ରୀ, ରେଡକ୍ରସ ଶିକ୍ଷକ ଶିକ୍ଷୟିତ୍ରୀ, ଭାରତ ସ୍କ୍ବାଉଟ ଶିକ୍ଷକ ଶିକ୍ଷୟିତ୍ରୀ, ଏନସିସି କ୍ୟାଡେଟ ଓ ସ୍ବାସ୍ଥ୍ୟ ବିଭାଗ ସହଯୋଗ କରିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details