ନୂଆପଡା: ଜିଲ୍ଲାର ପ୍ରାଥମିକ ଶିକ୍ଷକ ଏକ୍ସକ୍ୟାଡର ମହାସଂଘ ପକ୍ଷରୁ ଜିଲ୍ଲାର ବହୁ ପ୍ରସିଦ୍ଧ ପାତାଳ ଗଙ୍ଗା ନିକଟରେ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ଏକ୍ସକ୍ୟାଡର ମହାସଂଘ ସ୍ଥାୟୀ ସଭାପତି ଅରୁଣ କୁମାର ଯୋଶୀଙ୍କ ସଭାପତିତ୍ୱରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ଅନ୍ୟପଟେ ଆୟୋଜିତ ଏହି ଶିକ୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକ୍ୟାଡର ମହାସଂଘ କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମହାସଚିବ ହାନେଶପାତ୍ର ବାଗ, ରାଜ୍ୟ ଉପସଭାପତି ସପ୍ତମ କିଶୋର ବେହେରା, ମିଡିଆ ସଂଯୋଜକ ରଞ୍ଜୁ ଅମାତ ପ୍ରମୁଖ ଯୋଗ ଦେଇ ଏକ୍ସକ୍ୟାଡର ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ପାତରଅନ୍ତର ନୀତି ବିରୁଦ୍ଧରେ ଗର୍ଜିଛନ୍ତି ।