ନୂଆପଡା: ଅନୁଷ୍ଠିତ ହୋଇଯାଇଛି ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମପଞ୍ଚାୟତ ପ୍ରକୋଷ୍ଠରେ ବନ ଧନ ବିକାଶ କାର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମ ଆଦିବାସୀ ଉନ୍ନୟନ ସମବାୟ ନିଗମ TDCC ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ TDCC ନୂଆପଡା ଜ଼ିଲ୍ଲା ପରିଚାଳକ ରଞ୍ଜନ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ, ମୁଖ୍ୟ ଅତିଥିଭାବରେ ସିନାପାଲି ବିଡିଓ ସଦାଶିଵ ନାଏକ ଯୋଗଦେଇ ବନ ଧନ ବିକାଶ ଉପରେ ଆଲୋକପାତ କରିଥିଲେ ।
ଆୟୋଜିତ ସଭାରେ ବନ ପାହାଡ଼ ଦୁର୍ଗମ ଅଞ୍ଚଳର 70 ଶତକଡା ଆଦିବାସୀ ମହିଳା ଏବଂ 30 ଶତକଡା ଅନ୍ୟାନ୍ୟ ବର୍ଗର ମହିଳାମାନେ ଯୋଗ ଦେଇଥିଲେ । ଦୁର୍ଗମ ଜଙ୍ଗଲିଆ ମହିଳାମାନେ ହରଡ଼ା, ବାହାଡ଼ା,ଲିମ୍ବ,ଶାଲମଞ୍ଜି, ମହୁଳଫୁଲ ଫଳ,ତେନ୍ତୁଳି,ଶାଳପତ୍ର ଭଳି ଵିଭିନ୍ନ ପ୍ରକାରର ଲଘୁ ବନ ଜାତ ଦ୍ରବ୍ୟ ସଂଗ୍ରହ କରି ବ୍ୟବସାୟୀଙ୍କ ଠାରେ କମ ମୂଲ୍ୟରେ ବିକ୍ରିକରି ଠକାମୀରେ ଶିକାର ହୋଇ ଆସୁଥିଲେ । ସେହି ଠକାମୀରୁ ମହିଳାଙ୍କୁ ସୁରକ୍ଷା ଦେବାସହ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଉଚିତ୍ ମୂଲ୍ୟ ପ୍ରଦାନ କରିବ ଆଦିବାସୀ ଉନ୍ନୟନ ସମବାୟ ନିଗମ TDCC ନୂଆପଡା ।