ନୂଆପଡା: ଜାତୀୟ ବିପର୍ଯ୍ୟୟ କୋରୋନା ଭାଇରସକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ପିଏମ ମୋଦିଙ୍କ ଏଭଳି ପଦକ୍ଷେପକୁ ରାଜ୍ୟ ସରକାର ବିପୁଳ ସମର୍ଥନ ଜଣାଇବା ସହ ଓଡିଶାରେ ମଧ୍ୟ ରାଜ୍ୟବ୍ୟାପୀ ଲକଡାଉନ ରହିଛି ।
ନୂଆପଡା ଜିଲ୍ଲାରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ପଡିଥିବା ଦେଖାଦେଇଛି । ନୂଆପଡା ଜିଲ୍ଲାର କୋମନା, ଖଡ଼ିଆଳ, ସିନାପାଲି, ବୋଡେନ, ନୂଆପଡା ଅଞ୍ଚଳରେ ଲକଡାଉନ ସଫଳ ହୋଇଛି ।