ଓଡିଶା

odisha

By

Published : Sep 22, 2019, 6:48 AM IST

ETV Bharat / state

ଶିକ୍ଷୟତ୍ରୀଙ୍କୁ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି ,ନୂଆପଡା

ନୂଆପଡା : ଶିକ୍ଷୟତ୍ରୀଙ୍କ ବଦଳିଙ୍କୁ ନେଇ ଖଡ଼ିଆଳ ବ୍ଲକର ଭୋଜପୁର ଉପ୍ରା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ ।

ଭିଡିଓ ସୌଜନ୍ୟ : ପ୍ରତିନିଧି ,ନୂଆପଡା

ସୂଚନା ଅନୁଯାୟୀ ଭୋଜପୁର ଉପ୍ରା ପ୍ରାଥମିକ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଜ୍ୟୋତିପ୍ରଭା ପରିଡା ନାମକ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଅର୍ଡର ଆସିଛି । ଏଠାରେ ଶିକ୍ଷକ ଆବଶ୍ୟକ ଥିବାବେଳେ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳିକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ସରକାର ଆଉ ଏକ ବିଇଡି ଶିକ୍ଷକ ଦେବା ବଦଳରେ ବିଦ୍ୟାଳୟରେ ଥିବା ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ଯାହାଫଳରେ ପିଲାମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ । ତୁରନ୍ତ ଅନ୍ୟତ୍ର ବଦଳି ଅର୍ଡରକୁ ରଦ୍ଦ କରାଯାଉ ବୋଲି ଛାତ୍ରଛାତ୍ରୀ ଓ ଅବିଭାବକ ଦାବି କରିଛନ୍ତି ।

ଖବର ପାଇ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details