ଓଡିଶା

odisha

By

Published : Jul 6, 2023, 11:19 AM IST

ETV Bharat / state

ଡିଆଇଜିଙ୍କ ଦିନିକିଆ ନୂଆପଡ଼ା ଗସ୍ତ, ମାଓ ଅଞ୍ଚଳର କଲେ ପରିଦର୍ଶନ

ଡିଆଇଜି ଚରଣ ସିଂ ମିନା ମଙ୍ଗଳବାର ନୂଆପଡ଼ା ଗସ୍ତରେ ଆସି ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟରେ ଥିବା ମାଓ ଅଞ୍ଚଳ ପରିଦର୍ଶନ କରିବା ସହିତ ମାଓ ଗତିବିଧିକୁ କିଭଳି ରୋକାଯାଇ ପାରିବ ସେନେଇ ସମୀକ୍ଷା ବୈଠକ କରିଛନ୍ତି । ଅଧିକ ପଢନ୍ତୁ

south western dig charan singh mina
south western dig charan singh mina

south western dig charan singh mina

ନୂଆପଡା: ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି ଡିଆଇଜି ଚରଣ ସିଂ ମିନା । ଗତ ମଙ୍ଗଳବାର ନୂଆପଡ଼ା ଗସ୍ତରେ ଆସି ପ୍ରଥମେ ସୁନାବେଡା ଅଭୟାରଣ୍ୟରେ ଥିବା ମାଓ ଅଞ୍ଚଳ ପରିଦର୍ଶନ କରିବା ସହିତ ମାଓ ଗତିବିଧିକୁ କିଭଳି ରୋକାଯାଇ ପାରିବ ସେନେଇ ସମୀକ୍ଷା ବୈଠକ କରିଥିଲେ । ପରେ ସିଲଦାରେ ଥିବା ଡଗ୍‌ କେନାଲ ଓ ଜିମ୍ ସେଣ୍ଟର ଉଦ୍ଘାଟନ କରିଥିଲେ । ସେହିପରି ସନ୍ଧ୍ୟାରେ ସେ ନୂଆପଡା ଥାନାରେ ଆମ ପୋଲିସ ପକ୍ଷରୁ ନିର୍ମିତ ଶିଶୁ ଉଦ୍ୟାନ ଓ ମହିଳା ଓ ଶିଶୁ ଡେସ୍କକୁ ଶୁଭ ଉଦ୍ଘାଟନ କରିଥିଲେ।

ତେବେ ସର୍ବପ୍ରଥମେ ଡିଆଇଜି ନୂଆପଡା ଜିଲ୍ଲାର ବହୁ ଚର୍ଚ୍ଚିତ ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟରେ ଅବସ୍ଥାପିତ ଥିବା CRPF କ୍ୟାମ୍ପ ପରିଦର୍ଶନ କରି ବରକୋଟ ,ସୁନାବେଡା, ଦାଠୁନାମା, ଜାମଗାଁ ଆଦି CRPF କ୍ୟାମ୍ପ ପରିଦର୍ଶନ କରି ଅତି ନିକଟରୁ ମାଓ ଗତିବିଧି ନିରୀକ୍ଷଣ କରିଥିଲେ । ସେଠାରେ ନିୟୋଜିତ ଥିବା CRPF, DVF, SOG ଯବାନଙ୍କ ସହିତ ମାଓବାଦୀ ମୁକାବିଲା ସମ୍ପର୍କରେ ଗୁପ୍ତ ଆଲୋଚନା କରିଥିଲେ । ସେହିପରି ଆଗାମୀ ଦିନରେ ନୂଆପଡା ଜିଲ୍ଲାରୁ ମାଓବାଦୀକୁ ମୂଳପୋଛ କରିବା ପାଇଁ ନିୟୋଜିତ ଯବାନମାନଙ୍କୁ ଉତ୍ସାହିତ କରିବା ସହ ଗୁରୁମନ୍ତ୍ର ଦେଇଥିଲେ ।

ସେହିପରି ନୂଆପଡା ସଦର ଥାନା ପରିସରରେ ଡିଆଇଜି ଆମ ପୋଲିସ ଉଦ୍ୟାନକୁ ଶୁଭ ଉଦଘାଟନ କରିଥିଲେ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପୋଲିସ ଥାନାକୁ ମହିଳା ଓ ତାଙ୍କର ଛୋଟଛୋଟ ଶିଶୁ ଆସିଥାନ୍ତି । ସେମାନେ ଯେଭଳି କୌଣସି ଭୟ ନକରି ଥାନା ପରିସରକୁ ନିଜ ଆଖପାଖ ଉତ୍ତମ ପରିବେଶ ମନେ କରିବେ ତାହାକୁ ଦୃଷ୍ଟି ଦିଆଯାଇଛି । ପିଲାଏ ପରିସରରେ ଭୟଭୀତ ନହୋଇ ନିଜ ଘର ପରି ଉଦ୍ୟାନରେ ବସିବେ ଖେଳିବେ ଆମୋଦ ପ୍ରମୋଦ କରିବେ । ଏହାଦ୍ୱାରା ମହିଳା ଓ ଶିଶୁମାନେ ପୋଲିସର ନିକଟତମ ହୋଇପାରିବେ । ଖୋଲାଖୋଲି ଭାବରେ ତାଙ୍କ ସମସ୍ୟା କହିପାରିବେ ଏହି ମହାନ ଉଦ୍ଦେଶ୍ୟ ନେଇ ଆମ ପୋଲିସ ଉଦ୍ୟାନ କରିଥିବା ପୋଲିସ DIG ପ୍ରକାଶ କରିଛନ୍ତି ।

ଏହାସହିତ ଚାଇଲ୍ଡ ଫ୍ରେଣ୍ଡଲି ଥାନା ମଧ୍ୟ ଉଦ୍ଘାଟନ ହୋଇଯାଇଛି । ଶିଶୁଙ୍କ ପ୍ରତି ସମାଜରେ ଘଟିଯାଉଥିବା ଅନେକ ଅକଥନୀୟ ନିର୍ଯାତନାକୁ ରୋକିବା ଓ ତୁରନ୍ତ ଶିଶୁକୁ ନ୍ୟାୟ ଯୋଗାଇଦେବାକୁ ଏହା ପୋଲିସର ଏକ ଅଭିନବ ପ୍ରୟାସ । ଶିଶୁ ନିର୍ଦ୍ୱନ୍ଦ୍ୱରେ ଥାନାକୁ ଆସି ତାର ଅଭିଯୋଗ ଜଣାଇ ପାରିବ ତାହାପୁଣି ପାରିବାରିକ ପରିବେଶ ମଧ୍ୟରେ । ପୋଲିସ ବରିଷ୍ଠ ନାଗରିକ,ମହିଳା,ଶିଶୁ ମାନଙ୍କ ନିକଟତମ ହେବା ସହିତ ଉତ୍ତମ ପରିବେଶ ମଧ୍ୟରେ ଫ୍ରେଣ୍ଡଲି ସମ୍ପର୍କ ସ୍ଥାପନ କରିବା ଆମ ପୋଲିସର ମୂଳ ଲକ୍ଷ୍ୟ ବୋଲି ପୋଲିସ DIG ଚରଣ ସିଂ ମିନା ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details