ନୂଆପଡା: ପାରିବାରିକ କଳହକୁ କେନ୍ଦ୍ର କରି ନୃଶଂସ ଭାବେ ବାପାଙ୍କୁ ହତ୍ୟା କଲା ପୁଅ । ଏପରି ଅଭାବନୀୟ ଘଟଣା ନୂଆପଡା ଜିଲ୍ଲା ଖଡିଆଳ ଥାନା କେନ୍ଦୁପାଟି ଗାଁରେ ଦେଖିବାକୁ ମିଳିଛି ।
ପାରିବାରିକ କଳହର କରୁଣ ପରିଣତି, ବାପାକୁ ହାଣିଲା ପୁଅ - son
ଟାଙ୍ଗିଆରେ ହାଣି ନୃଶଂସ ଭାବରେ ବାପାକୁ ହତ୍ୟା କଲା ପୁଅ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।
ପ୍ରତିକାତ୍ମକ ଫଟୋ
ସୂଚନାଥାଉକି, ଗତକାଲି ମଧ୍ୟରାତ୍ରିରେ ବାପା ନକୁଳ ବନିଛୋର ଶୋଇ ଥିବାବେଳେ ପୁଅ ପୂର୍ଣ୍ଣଚନ୍ଦ୍ର ବନିଛୋର ଟାଙ୍ଗିଆରେ ହାଣୀ ନୃଶଂସ ଭାବରେ ହତ୍ୟା କରିଛି । ତେବେ ଘଟଣାର ଖବର ପାଇ ଖଡିଆଳ ପୋଲିସ କେନ୍ଦୁପାଟି ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନୂଆପଡାରୁ ମୋତି ଲାଲ ବାଗ୍ ,ଇଟିଭି ଭାରତ