ନୂଆପଡା: ଜିଲ୍ଲା ମଖାପଦର ଗ୍ରାମପଞ୍ଚାୟତ ସ୍ଥିତ ସିତଲିଖଲିଆ କାଣ୍ଡପଡା ନାଳକୁ ଶୁକ୍ରବାର ସିନାପାଲି ବିଡିଓ ଓ ତାଙ୍କ ଟିମ ପରିଦର୍ଶନ କରିଛନ୍ତି । ବିଡିଓ 10 ଲକ୍ଷ ଟଙ୍କା ବ୍ୟୟରେ କଲଭର୍ଟ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି ।
ବହୁ ଚର୍ଚ୍ଚିତ ସିତଲିଖଲିଆ ନାଳ କାଣ୍ଡପଡାବାସୀଙ୍କ ପାଇଁ ଦାଉ ସାଜିଥିଲା। ବର୍ଷା ଦିନରେ ଏହି ନାଲ ଉପରେ ପାଣି ପ୍ରବାହିତ କାରଣରୁ ଏଠିକାର ଲୋକଙ୍କ ଜୀବନ ଯାତ୍ରାରେ ବାଧା ଉପଜୁଥିଲା । ଯାତାୟତ ବନ୍ଦ ହେବା ସହ କାଣ୍ଡପଡାର ଲୋକମାନେ ଜଳବନ୍ଦୀ ଜୀବନ ଯାପନ କରିଥାନ୍ତି। ଯାତାୟତ ସ୍ବାଭାବିକ ପାଇଁ କାଣ୍ଡପଡା ନାଲ ଉପରେ ଏକ ଆରସିସି କଲଭଟ ନିର୍ମାଣ ପାଇଁ ଗଣମାଧ୍ୟମରେ ଅନେକ ଥର ଚର୍ଚ୍ଚାକୁ ଆସିଛି। ଏହି ଗ୍ରାମରେ 25 ପରିବାରରୁ 100ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । କୌଣସି ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ ।