ନୂଆପଡା: ଓଡିଶାର ଜମି ଉପରେ ନଜର ପକାଇଛି ଛତିଶଗଡ । ନୂଆମାଲପଡା ସୀମାରେ ଥିବା ଜମି ବିବାଦର ଖବର ଇଟିଭି ଭାରତରେ ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ନିଦ ଭାଙ୍ଗିଛି । ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା-ଛତିଶଗଡ ସୀମାରେ ପହଞ୍ଚିଛନ୍ତି ସିନାପାଲି ତହସିଲଦାର କପିଳ ସାହୁ, କେନ୍ଦ୍ରମନ୍ତ୍ରୀ ରାଜସ୍ବ ନିରୀକ୍ଷକ ଉମେଶ ଚନ୍ଦ୍ର ମେହେର ଓ ତାଙ୍କ ଟିମ୍ ।
ସୀମାକୁ ମାପିବା ସହ ଓଡିଶା ଚାଷୀଙ୍କ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି ଟିମ୍ । ଦୁଇ ରାଜ୍ୟର ଚାଷୀଙ୍କୁ ବୁଝାସୁଝା କରି ଫେରିବା ସହ ତହସିଲଦାରଙ୍କୁ ଏନେଇ ନୋଟିସ କରିବେ ବୋଲି କହିଛନ୍ତି ତହସିଲଦାର କପିଳ ସାହୁ ।