ନୂଆପଡା: ଜିଲ୍ଲାରେ ବାଘ ଆତଙ୍କ । ଶୌଚ ପାଇଁ ଯାଇଥିବା ବେଳେ ବାଘ ଆକ୍ରମଣର ଶିକାର ହେଲେ ଯୁବକ । ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଅଧିନସ୍ତ ହୀରାପୁର ଗ୍ରାମରେ ମହାବଳ ବାଘ ଆତଙ୍କ ଦେଖାଯାଇଛି । ଗତକାଲି(ଶନିବାର) ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି । ଗୁରୁତର ହେଲେ ହୀରାପୁର ଗ୍ରାମର ସେନାପତି ମାଝୀ ।
ଏହା ମଧ୍ୟ ପଢନ୍ତୁ: ନବ ଦାସ ହତ୍ୟା ମାମଲା: ହସ୍ତଲେଖା ବ୍ୟୁରୋକୁ ଗଲା ଗୋପାଳର ହାତଲେଖା, ମାନସିକ ସ୍ଥିତି ଯାଞ୍ଚ କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ
ଶନିବାର ଦିନ ସେନାପତି ବାଘ ଆକ୍ରମଣରେ ଗୁରୁତର ହେବା ପରେ ତାଙ୍କୁ ସିନାପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତକାଲି ସେନାପତି ମାଝୀ ହୀରାପୁର ନିକଟସ୍ଥ ଏକ ନାଳକୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ହଠାତ ବାଘ ଆସି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଯୁବକଜଣକ ଚିତ୍କାର କରିଥିଲେ । ଫଳରେ ସ୍ଥାନୀୟ ଲୋକେ ପହଞ୍ଚି ବାଘକୁ ଘଉଡାଇଥିଲେ । ଲୋକଙ୍କ ଜନଗହଳି ଦେଖି ବାଘଟି ଗଛ ଉପରକୁ ଚଢି ଯାଇଥିଲା । ଏହାସହ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବର ପାଇ ସିନାପାଲି ରେଞ୍ଜରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ମୁତୟନ ହୋଇଛନ୍ତି । ବାଘକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ: Ramayan Ram In Puri: ମହାପ୍ରଭୁଙ୍କୁ ଦର୍ଶନ କଲେ ଅରୁଣ ଗୋଭିଲ, ଭୁବନେଶ୍ୱରରୁ ଆରମ୍ଭ ହେବ ସୁନୋ ଶ୍ରୀରାମ କାହାନୀ
ପ୍ରକାଶଥାଉକି, ଗତବର୍ଷ ଏପ୍ରିଲ ମାସରେ ନବରଙ୍ଗପୁରରେ ହେଟାବାଘ ଆକ୍ରମଣରେ ୮ ଜଣ ଆହତ ହୋଇଥିଲେ ।ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର ଟିମନପୁର ପଞ୍ଚାୟତରେ ଏହି ଅଘଟଣ ହୋଇଥିଲା । ଜଙ୍ଗଲ ନିକଟକୁ ଲାଗି ରହିଥିବା ଚାଷ ଜମିରେ ଥିବା ମହୁଲ ଗଛରୁ ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥିବା ଟିମନପୁର ଗ୍ରାମ ଗୋଟିଏ ପରିବାରର ଚାରି ଜଣ ଓ ରେଙ୍ଗାଭାଟି ଗ୍ରାମର ଚାରି ଜଣଙ୍କ ସମେତ ମୋଟ ଆଠ ଜଣ ଆହତ ହୋଇଥିଲେ ।
ପ୍ରଥମେ ବାଘ ରେଙ୍ଗାଭାଟି ଗ୍ରାମ ନିକଟରେ ଚାରି ଜଣଙ୍କୁ ଆକ୍ରମଣ କରିଥିଲା । ସେଠାରେ ଗ୍ରାମବାସୀ ଘଉଡାଇବାରୁ ଜଙ୍ଗଲ ଭିତରକୁ ହେଟା ବାଘ ଚାଲିଯାଇ ପୁଣି କିଛି ସମୟ ପରେ ନିକଟସ୍ଥ ଟିମାନପୁର ଗ୍ରାମ ନିକଟରେ ଚାରିଜଣଙ୍କୁ ଆକ୍ରମଣ କରିଥିଲା । ସମସ୍ତଙ୍କୁ ରାଇଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଇଟିଭି ଭାରତ, ନୂଆପଡା