ନୂଆପଡା: ଲକଡାଉନ ସମୟରେ ଲୋକଙ୍କ ପାଖରେ ଆବଶ୍ୟକୀୟ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ଜିଲ୍ଲାର ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିଆରା ପ୍ରୟାସ । ନୂଆପଡା ଜିଲ୍ଲା ସୀମାନ୍ତ ବଲାଙ୍ଗୀର ଜିଲ୍ଲା ସିନ୍ଦେକେଲା ବ୍ଲକର ମା’ ଅଭୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଜୟ ଜଗନ୍ନାଥ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମିଳିତ ଭାବେ ଆରମ୍ଭ କରିଛନ୍ତି ଏହି ପ୍ରୟାସ ।
ଏଣିକି ଘରେ ଘରେ ରାସନ ପହଞ୍ଚାଇବ ଏସଏଚଜିଙ୍କ ଭ୍ରାମ୍ୟମାଣ କିରାନା ଦୋକାନ - ନୂଆପଡାରେ ଏସଏଚଡିଙ୍କ ଭ୍ରାମ୍ୟମାଣ କିରାନା ଦୋକାନ
ଲକଡାଉନ ସମୟରେ ଲୋକଙ୍କ ପାଖରେ ଆବଶ୍ୟକୀୟ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ଜିଲ୍ଲାର ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିଆରା ପ୍ରୟାସ ।
xଏଣିକି ରାସନ ପହଞ୍ଚାଇବ ଏସଏଚଜିଙ୍କ ଭ୍ରାମ୍ୟମାଣ କିରାନା ଦୋକାନ
ଏକ ପିକଅପ ଭ୍ୟାନ ସାହାଯ୍ୟରେ ଏମାନେ ଆରମ୍ଭ କରିଛନ୍ତି ଭ୍ରାମ୍ୟମାଣ କିରାନା ଦୋକାନ । ଡାଲି, ଆଳୁ, ଚିନି, ତେଲ, ଅଟା, ଲୁଣ ଏବଂ ତଟକା ପନିପରିବା ଭ୍ୟାନରେ ଲୋଡ଼ କରି ନୂଆପଡା ଜିଲ୍ଲାର ବିଭିନ୍ନ ଗ୍ରାମରେ ବିକ୍ରି କରୁଥିବା ଦେଖାଦେଇଛି । ଲକଡାଉନ କାରଣରୁ ଲୋକେ ବାହାରକୁ ବାହାରି ଘରକରଣା ସାମଗ୍ରୀ କିଣି ପାରୁନାହାଁନ୍ତି । ଏଭଳି ବିପଦ ସମୟରେ ଅତ୍ୟାବଶ୍ୟକୀୟ ଜିନିଷ ପତ୍ର ଘର ଘରକୁ ପହଞ୍ଚାଇବାର ଦାୟିତ୍ବ ଗ୍ରହଣ କରିଛନ୍ତି ଏହି ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ
Last Updated : Apr 13, 2020, 5:29 PM IST