ଓଡିଶା

odisha

ETV Bharat / state

BJP Mishran Parba: ଦଳରେ ମିଶିଲେ ଅନେକ ବିଜେଡ଼ି-କଂଗ୍ରେସ କର୍ମୀ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ବିଜେପି ଆୟୋଜନ କରିଛି ମିଶ୍ରଣ ପର୍ବ । ଏଥିରେ ବିଜେଡ଼ି ଓ କଂଗ୍ରେସର ଅନେକ ଅସନ୍ତୁଷ୍ଟ କର୍ମୀ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Jan 29, 2022, 5:38 PM IST

BJP JOINING CEREMONY: ଦଳରେ ମିଶିଲେ ଅନେକ ବିଜେଡ଼ି-କଂଗ୍ରେସ କର୍ମୀ
BJP JOINING CEREMONY: ଦଳରେ ମିଶିଲେ ଅନେକ ବିଜେଡ଼ି-କଂଗ୍ରେସ କର୍ମୀ

ନୂଆପଡ଼ା: ସିନାପାଲି ବ୍ଲକ ନୂଆପଡାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବିଜୁ ଜନତା ଦଳ ଓ କଂଗ୍ରେସର ଅନେକ ଅସନ୍ତୁଷ୍ଟ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।

BJP JOINING CEREMONY: ଦଳରେ ମିଶିଲେ ଅନେକ ବିଜେଡ଼ି-କଂଗ୍ରେସ କର୍ମୀ

ରାଜ୍ୟ ସରକାରଙ୍କ ନେତା, ମନ୍ତ୍ରୀ କର୍ମୀଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବିଜେପିରେ ଯୋଗ ଦେଇଥିବା ବିଜେଡ଼ି ନେତାମାନେ ପ୍ରକାଶ କରିଛନ୍ତି । ବିଜେପି ବିଜୁ ଜନତା ଦଳର ବିଫଳତାକୁ ନେଇ ଲୋକଙ୍କୁ ଭୋଟ ମାଗିବ ବୋଲି କହିଛି । ମଣ୍ଡିରୁ ଧାନ ଉଠିବା ପ୍ରସଙ୍ଗଠୁ ଆରମ୍ଭ କରି ବିଦ୍ୟାଳୟରେ ଶିକ୍ଷକଙ୍କ ପଦଖାଲି ପ୍ରସଙ୍ଗ, ଡାକ୍ତରଖାନାରେ ଡାକ୍ତର ନଥିବା ଓ ସର୍ବୋପରି ମମିତା ମେହେର ହତ୍ୟା ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି କହିଛି ବିଜେପି ।

ଆଗାମୀ ଦିନରେ ନୂଆପଡା ଜିଲ୍ଲା ପରିଷଦ ଗଠନ କରିବା ବିଜେପି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଏହି ମିଶ୍ରଣ ପର୍ବ ଅବସରରେ ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ଡ, ବରିଷ୍ଠ ବିଜେପି ନେତା ମାର୍କଣ୍ଡ ଗହୀର ପ୍ରମୁଖ ଉପସ୍ଥିତ ଥିଲେ । ଯୋଗ ଦେଇଥିବା କର୍ମୀଙ୍କୁ ଖୁସିର ସହିତ ସ୍ବାଗତ କରିଛି ବିଜେପି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details