ଓଡିଶା

odisha

ETV Bharat / state

ନୂଆପଡାରେ ସିରିଜ ଭିଜିଲାନ୍ସ ଚଢାଉ, ଜାଲରେ କନିଷ୍ଠ ଯନ୍ତ୍ରୀ - ନୂଆପଡା ଭିଜିଲାନ୍ସ ଚଢାଉ

ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦନ ରାଉତ । ଅଧିକ ପଢନ୍ତୁ

nuapada Vigilance raid
ଜାଲରେ କନିଷ୍ଠ ଯନ୍ତ୍ରୀ

By

Published : Jun 12, 2023, 2:26 PM IST

ନୂଆପଡା:ଆକ୍ସନ ମୋଡରେ ଭିଜିଲାନ୍ସ ବିଭାଗ । ନୂଆପଡ଼ା ଜିଲ୍ଲାରେ ସିରିଜ ଭିଜିଲାନ୍ସ ରେଡ ହୋଇଛି ଫଳରେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ମଧ୍ୟରେ ଛନକା ପଶିଛି । ଲାଞ୍ଚ ନେଉଥିବା ବେଳେ ନୂଆପଡା ଖଡିଆଳ ଏନଏସିର କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦନ ରାଉତ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ ଏନଏସିରେ କୋରାପୁଟ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଡାଉ କରିଛି । ଚଢ଼ାଉ ବେଳେ ଏନଏସିର କାର୍ଯ୍ୟରତ ଜୁନିୟର ଇଞ୍ଜିନିୟର ଦେବ ଚନ୍ଦନ ରାଉତ 10 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ।

ଏହା ବି ପଢନ୍ତୁ...ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ, ବିଭିନ୍ନ ସ୍ଥାନରେ ଚଢାଉ

ସୂଚନାମୁତାବକ, ଖଡ଼ିଆଳ ୱାର୍ଡ ନମ୍ବର 12 ବୈଦେହୀ ପଡାର ପ୍ରଧାନମନ୍ତ୍ରୀ ଆବାସଗୃହ ହୀତାଧିକାରୀ ସୁରୁଜ ରାଉତ । ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ଘର ନିର୍ମାଣ କରିଛନ୍ତି । ଆବାସ ଗୃହ ଫାଇନାଲ ବିଲ କରିଦେବା ପାଇଁ ଏନଏସି ଜୁନିୟର ଇଞ୍ଜିନିୟର ଦେବ ଚନ୍ଦନ ରାଉତକୁ ବାରମ୍ବାର ଅନୁରୋଧ କରି ଆସୁଥିଲେ । ହେଲେ ଇଞ୍ଜିନିୟର ବାବୁ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିଲେ । ଶେଷରେ 10 ହଜାର ଟଙ୍କା ଲାଞ୍ଚ ନଦେଲେ ଫାଇନାଲ ବିଲ ହୋଇପାରିବ ନାହିଁ ବୋଲି ଆବାସଗୃହ ହିତାଧିକାରୀଙ୍କୁ କହିଥିଲେ ।

ଏହା ବି ପଢନ୍ତୁ...ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ଜୁନିୟର ଇଞ୍ଜିନିୟର ବାବୁଙ୍କ ଦାବି ଅନୁସାରେ ଆବାସ ଗୃହ ହିତାଧିକାରୀଙ୍କ ପୁଅ ପ୍ରେମାନନ୍ଦ ରାଉତ 10 ହଜାର ଟଙ୍କା ପୁଟୁପଡା ସ୍ଥିତ ପେଟ୍ରୋଲ ପମ୍ପଠାରେ ଦେଉଥିଲେ । ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଅଧିକାରୀମାନେ ଛପି ରହିଥିଲେ । ପ୍ରେମାନନ୍ଦ ରାଉତ ଠିକ 10 ହଜାର ଟଙ୍କା ଦେବା ବେଳକୁ ଇଞ୍ଜିନିୟର ଦେବ ଚନ୍ଦନ ରାଉତକୁ ଗିରଫ କରିବା ସହ ତାଙ୍କଠାରୁ ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଟିମ । ପରେ ଖଡ଼ିଆଳ ଏନଏସି ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଛାନଭିନ କରିଛନ୍ତି କୋରାପୁଟ ଭିଜିଲାନ୍ସ ବିଭାଗ ।

ସେହପରି ଅନ୍ୟ ଏକ ଚଢାଉରେ ଆୟ ବହିର୍ଭୁତ ସରକାରୀ ଟଙ୍କା ଠୁଳ ଅଭିଯୋଗରେ ନୂଆପଡା କୋମନା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ ବେଳଟୁକୁରି ସ୍ଥିତ ବାସ ଭବନ ଏବଂ କୋମନା ସ୍ଥିତ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ ବିଭାଗ । ଏନେଇ ବ୍ୟାଙ୍କ କର୍ମଚାରୀ ଚନ୍ଦ୍ରକାରଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଜଣାପଡିଛି । ଚନ୍ଦ୍ରକାରଙ୍କ ଏକାଧିକ ସ୍ଥାନରେ କୋଠା ବାଡ଼ି, ଜମି, ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଥିବା ସୂଚନା ମିଳିଛି ।

ଭିଜିଲାନ୍ସ ଜାଲରେ ସରକାରୀ ବାବୁ ପଡିବା ନିତିଦିନିଆ ଘଟଣା ହେବାରେ ଲାଗିଛି । କଳାଧମ କାରବାର ହେଉ କି ଲାଞ୍ଚ ନେବା ବା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଛି । ଆଜି କଟକ ସଦର ବ୍ଲକ ସହକାରୀ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଥିଲା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର ଓ କଟକ ସମେତ 4ଟି ସ୍ଥାନରେ ଏକକାଳୀନ ରେଡ ହୋଇଛି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details