ଓଡିଶା

odisha

ETV Bharat / state

ମୁଖରେ ଶିବନାମ କାନ୍ଧରେ ଜଳଭାର ନେଇ ପାତାଳ ଗଙ୍ଗାରେ କାଉଡିଆଙ୍କ ଭିଡ - ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ର

ପବିତ୍ର ଶ୍ରାବଣ ମାସ ଦ୍ଵିତୀୟ ସୋମବାର ଅବସରରେ ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଲମ୍ବାଧାଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ ପାଇଁ କାହିଁ କେତେଦୁରରୁ ଛୁଟି ଆସିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Jul 29, 2019, 7:58 PM IST

ନୂଆପଡ଼ା: ଆଜି ପବିତ୍ର ଶ୍ରାବଣ ମାସ ଦ୍ଵିତୀୟ ସୋମବାର । ଏନେଇ ନୂଆପଡା ଜିଲ୍ଲାର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ବେଶ ଜନଗହଳି ଦେଖାଦେଇଛି । ବିଶେଷ କରି ନୂଆପଡା ଜିଲ୍ଳା ସଂସ୍କୃତି ସଂପନ୍ନ ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ବୋଲବମ ହରହର ମହାଦେବ ଧ୍ବନିରେ ପ୍ରକମ୍ପିତ ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ର । କାଉଡ଼ିଆ ମାନେ କାନ୍ଧରେ ଜଳ ଭାର ଧରି ଶିବ ଆରାଧନା କରୁଥିବା ଦେଖାଦେଇଛି । ଲମ୍ବଧାଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ ପାଇଁ କାହିଁ କେତେଦୁରରୁ ଛୁଟି ଆସିଥିଲେ । ମହାଦେବଙ୍କୁ ଜଳାଭିଷେକ କରି ନିଜ ଘର ବାହୁଡ଼ି ଯାଉଥିଲେ ।

ପ୍ରଥମ ସୋମବାରରେ ଟିକିଏ ଜନଗହଳି କମ ଥିବାବେଳେ ଦ୍ଵିତୀୟ ସୋମବାରରେ ଜନଗହଳି ଢେର ପରିମାଣରେ ବଢିଥିବା ଜଣାପଡିଛି । ଆଗକୁ ଆହୁରି ଭିଡ ହେବ ବୋଲି ପ୍ରଶାସନ ଚିନ୍ତା କରିଛି । ସୁରକ୍ଷା ଦୃଷ୍ଟିରୁ ପାତାଳଗଙ୍ଗା ଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details