ଓଡିଶା

odisha

ETV Bharat / state

ନିଆରା ହୋଲି: ଶିକ୍ଷକ ପାଲଟିଛନ୍ତି ଅଭିଭାବକ, ସେବାଶ୍ରମ ପାଲଟିଛି ଘର

ପରସ୍ପରକୁ ଅବିର ବୋଳି ହୋଇଛନ୍ତି କୁନି କୁନି ପିଲା । ମିଠା ଖୁଆଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରି ପର୍ବ ପାଳିଛନ୍ତି । ଘର ଆଉ ବାପାମା ପାଖରେ ନାହାନ୍ତି । ହେଲେ ଘର ଭଳି ଅନୁଭବ ହେଉଛି

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Mar 22, 2019, 9:33 PM IST

ନୂଆପଡା: ସମସ୍ତେ ମାତିଛନ୍ତି ରଙ୍ଗର ପର୍ବ ହୋଲି ଖେଳରେ । ଉତ୍ସବମୁଖର ହୋଇଛନ୍ତି ଆବାଳବୃଦ୍ଧବନିତା । ଘର,ପରିବାର ଓ ସାଙ୍ଗସାଥୀଙ୍କ ଖେଳର ମଜା ନେଇଛନ୍ତି । ହୋଲିକୁ ନେଇ ନୂଆପଡା ଜିଲ୍ଲା ସିନାପାଲି, ବୋଡେନ, ଖଡିଆଳ ଓ କୋମନା ବ୍ଲକର ଲୋକଙ୍କ ମଧ୍ୟରେ ଉତ୍ସ।ହ ଉଦ୍ଦୀପନା ଦେଖାଦେଇଛି । ହେଲେ ଘରଠାରୁ ଦୂରରେ ଥିବା କିଛି କୋମଳମତି ଶିଶୁଙ୍କ ହୋଲି ଖେଳ ଦୃଶ୍ୟ ମନକୁ ଛୁଇଁଯାଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ପରସ୍ପରକୁ ଅବିର ବୋଳି ହୋଇଛନ୍ତି କୁନି କୁନି ପିଲା । ମିଠା ଖୁଆଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରି ପର୍ବ ପାଳିଛନ୍ତି । ଘରେ ନାହାନ୍ତି । ହେଲେ ଘର ଭଳି ଅନୁଭବ ହେଉଛି । ପାଖରେ ବାପା ମାଆ ନାହାନ୍ତି । କିନ୍ତୁ ଶିକ୍ଷକ ଶିକ୍ଷୟତ୍ରୀ ପାଲଟିଛନ୍ତି ଅଭିଭାବକ । ଏକାସାଙ୍ଗରେ ହୋଲି ଖେଳିଛନ୍ତି ଶତାଧିକ ଅନ୍ତେବାସୀ। ଏହା ହେଉଛି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପଲସଦା ସେବାଶ୍ରମର ଦୃଶ୍ୟ ।

ନୂଆପଡା ଜିଲ୍ଲା ସଦର ମହକମା ଠାରୁ ୭୫ କିଲୋମିଟର ଦୂରତାରେ ଅବସ୍ଥିତ ବୋଡେନ ବ୍ଲକ ପଲସଦା ଆଶ୍ରମ ବିଦ୍ୟାଳୟ । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ଏହି ସେବାଶ୍ରମ ପରିଚାଳିତ ହେଉଛି । ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ଏବଂ ଦଳିତ ଶ୍ରେଣୀର ଅନ୍ତେବାସୀ ଛାତ୍ରୀ ରହି ପାଠ ପଢନ୍ତି ।

ଏମାନଙ୍କ ଖାଇବା, ରହିବା, ପୋଷାକ, ଚିକିତ୍ସା ଆଦି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତି । ଉତ୍ତମ ପାଠ ପଢା ସହ ବିଭିନ୍ନ କ୍ଷେତ୍ରରେ ଏମାନେ ସୁନାମ ଅର୍ଜନ କରିଛନ୍ତି । ଏମାନଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details