ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ କ୍ଷମତା ବଳରେ ରୋଜଗାରର ରାସ୍ତା ଦେଖାଇଲେ ସରପଞ୍ଚ - ସିଙ୍ଗଝର ଗ୍ରାମପଞ୍ଚାୟତ ସରପଞ୍ଚ

ଜିଲ୍ଲାର ସିନାପାଲି ବ୍ଳକ ସିଙ୍ଗଝର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୀନା ବୈଠାରୁଙ୍କ ଜିଲ୍ଲାପାଳର କ୍ଷମତା ବଳରେ ରୋଜଗାରର ରାସ୍ତା ଦେଖାଇଲେ । ଲକଡାଉନରେ ପ୍ରଭାବିତ ଶ୍ରମିକଙ୍କୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯୋଗାଇଲେ କାମ । ସରପଞ୍ଚଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

sarpanch-show-the-way-to-earning-living-for-the-power-of-district-magistrate
ଜିଲ୍ଲାପାଳର କ୍ଷମତା ବଳରେ ରୋଜଗାରର ରାସ୍ତା ଦେଖାଇଲେ ସରପଞ୍ଚ

By

Published : May 12, 2020, 8:54 PM IST

ନୂଆପଡା: ଜିଲ୍ଲାର ସିନାପାଲି ବ୍ଳକ ସିଙ୍ଗଝର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୀନା ବୈଠାରୁଙ୍କ ଅଭିନଵ ପ୍ରୟାସ । ଶ୍ରମିକ ସଙ୍କଟ ଦେଇ ଦୁର୍ଦିନରେ ଚାଲୁଥିବା ବେଳେ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଆଗେଇ ଆସିଛନ୍ତି ସରପଞ୍ଚ ରୀନା ବୈଠାରୁ । ଲକଡାଉନରେ ପ୍ରଭାବିତ ଶ୍ରମିକଙ୍କୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଯୋଗାଇଲେ କାମ । ସରପଞ୍ଚଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିବାବେଳେ,ଶ୍ରମିକ ମାନେ ମାଟିଖନନ କାମ ପାଇ ବେଶ ଉତ୍ସାହିତ ଥିବା ଦେଖାଦେଇଛି ।

ଜିଲ୍ଲାପାଳର କ୍ଷମତା ବଳରେ ରୋଜଗାରର ରାସ୍ତା ଦେଖାଇଲେ ସରପଞ୍ଚ

ଜିଲ୍ଲାର ସଦର ମହୁକମାଠାରୁ 110କିଲୋମିଟର ଦୂରତାରେ ଅବସ୍ଥିତ ସିନାପାଲି ବ୍ଳକ ସିଙ୍ଗଝର ଗ୍ରାମପଞ୍ଚାୟତ । ଏହି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୀନା ବୈଠାରୁ ଦେଖାଇଛନ୍ତି ଜିଲ୍ଳାପାଳ ପାୱାର । ମହାମାରୀ କୋଭିଡ19 ମୁକାବିଳା ପାଇଁ ରାଜ୍ୟ ସରକାର ପ୍ରଥମ ଥର ସରପଞ୍ଚ ମାନଙ୍କୁ ଦେଇଛନ୍ତି ଜିଲ୍ଳାପାଳ କ୍ଷମତା । କୋଭିଡ19 ମୁକାବିଳା ପାଇଁ ସିଙ୍ଗଝର ଗ୍ରାମପଞ୍ଚାୟତରେ ସରପଞ୍ଚ ରୀନା ବୈଠାରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଦୀର୍ଘ ଦିନଧରି ଲକଡାଉନ ଜାରୀ ରହିଥିବାବେଳେ ବେଶ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ । କାମ ଧନ୍ଦା ବନ୍ଦ ଥିବାବେଳେ ହାତବାନ୍ଧି ଘରେ ବସିରହିଛନ୍ତି ଶ୍ରମିକ । ଯାହାଫଳରେ ଶ୍ରମିକ ପରିବାରରେ ନାନାଦି ଅସୁବିଧା ଦେଖାଦେଇଛି । ଶ୍ରମିକଙ୍କ ଦୁଃଖକୁ ଦୂର କରିବା ପାଇଁ ଆଗେଇ ଆସିଲେ ସରପଞ୍ଚ ରୀନା ବୈଠାରୁ । ମହାତ୍ମାଗନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିଜ ଗ୍ରାମପଞ୍ଚାୟତରେ ଆରମ୍ଭ କଲେ ଵିଭିନ୍ନ ଜନ କଲ୍ୟାଣକାରୀ ଯୋଜନା । ସୋନବର୍ଷା ବାଉଁଶଡୁଙ୍ଗରି ପୋଖରୀ ମାରିଖନନ, ମହାବନ୍ଧ ମାଟିଖନନ, କୋଦୋବେଡା ଗାଁ ରାସ୍ତା ଉନ୍ନତି କରଣ , ସିକାବାହାଲ ରାସ୍ତା ଉନ୍ନତି କରଣ ଏଭଳି ଏକାଧିକ ଯୋଜନାରେ କାମ ଆରମ୍ଭକରିଛନ୍ତି । ଏହି କାର୍ଯ୍ୟରେ ପ୍ରାୟ 400 ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି । କାମରେ ନିୟୋଜିତ ହୋଇ ଶ୍ରମିକମାନେ ବେଶ ଖୁସି ଜାହିର କରିଛନ୍ତି ।

କୋଭିଡ19 ମୁକାବିଳା ପାଇଁ ଅଣ୍ଟା ଭିଡ଼ିଛନ୍ତି ସିଙ୍ଗଝର ଗ୍ରାମପଞ୍ଚାୟତ ସରପଞ୍ଚ ରୀନା ବୈଠାରୁ । ଗ୍ରାମପଞ୍ଚାୟତ ଲୋକେ ଭୟବିତ ନ ହୋଇ ସତର୍କତା ଅବଲମ୍ବନ କରିବାପାଇଁ ଲୋକଙ୍କୁ ବୁଝାଉଛନ୍ତି । ଗ୍ରାମପଞ୍ଚାୟତର ପ୍ରତ୍ୟେକ ଗାଁ ବିଦ୍ୟାଳୟ ପ୍ରକୋଷ୍ଠରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ସ୍ଥାପନ କରାଯାଇଛି । ଯେଉଁଠି ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ଆଶ୍ରୟ ନେବେ । ସେଠାରେ ଖାଇବା,ରହିବା ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ସରପଞ୍ଚ କହିଛନ୍ତି ।

ଶ୍ରମିକମାନେ ଲକଡାଉନରେ ପ୍ରଭାବିତ ହୋଇ ଦୁର୍ଦ୍ଦିନରେ ରହିଥିଲେ । ସେମାନଙ୍କୁ ବର୍ଷକୁ 200 ଦିନର କାମ ଦୈନିକ 298 ଟଙ୍କା ରୋଜଗାର କରିପାରିବେ ବୋଲି ସରପଞ୍ଚ କହିଛନ୍ତି । ସିଙ୍ଗଝର ଗ୍ରାମପଞ୍ଚାୟତର ଶ୍ରମିକ ମାନେ ଆଉ ରାଜ୍ୟବାହାରକୁ ଯିବେନାହିଁ କିମ୍ବା କୋଭିଡ19 ଭଳି ମହାମାରୀର ସମ୍ମୁଖୀନ ହେବାକୁ ଦେବେନାହିଁ ବୋଲି ସରପଞ୍ଚ ଦମ୍ଭ ଦେଖାଇ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details