ଓଡିଶା

odisha

ETV Bharat / state

ପେଣ୍ଡରାବନ୍ଧ ପଞ୍ଚାୟତକୁ 7 ଦିନ ସଟଡାଉନ କଲେ ସରପଞ୍ଚ

କୋରୋନା ବ୍ୟାପିବା ଆଶଙ୍କା କରି ପେଣ୍ଡରାବନ୍ଧ ପଞ୍ଚାୟତକୁ 7 ଦିନ ସଟଡାଉନ କଲେ ସରପଞ୍ଚ ।

Nuapada pendrabandha shutdown
ସଟଡାଉନ ହେଲା ପେଣ୍ଡରାବନ୍ଧ ପଞାୟତ

By

Published : May 28, 2020, 2:40 PM IST

ନୂଆପଡା: ପେଣ୍ଡରାବନ୍ଧ ପଞ୍ଚାୟତକୁ 7 ଦିନ ସଟଡାଉନ ଘୋଷଣା କଲେ ସରପଞ୍ଚ । କୋରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ନେଇ କୋମନା ବ୍ଳକ ପେଣ୍ଡରାବନ୍ଧ ଗ୍ରାମପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଅମରେଶ ଚନ୍ଦ୍ର ପଟ୍ଟନାୟକ । ଗ୍ରାମପଞ୍ଚାୟତ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ଏଭଳି ଚରମ ନିଷ୍ପତି ନେଇଥିବା ସେ କହିଛନ୍ତି । ସଟଡାଉନରେ ପଞ୍ଚାୟତର ଲୋକେ ପଦାକୁ ନ ବାହାରି ଘରେ ରହିବା ପାଇଁ କୁହାଯାଇଛି । ଅତି ଆବଶ୍ୟକୀୟ କାମ ଥିଲେ ସଟଡାଉନ ନିୟମ ମାନି ଚାଲିବା ପାଇଁ ସରପଞ୍ଚ ନିୟମ ଜାରି କରିଛନ୍ତି ।

ସଟଡାଉନ ହେଲା ପେଣ୍ଡରାବନ୍ଧ ପଞାୟତ

ଆଜି କୋମନା ପୋଲିସ ସହାୟତାରେ ଖୋଦ ସରପଞ୍ଚ ଡ଼ାକବାଜି ଯନ୍ତ୍ର ଧରି ସାହି, ଗଳି, ଗାଁ ଦାଣ୍ଡରେ ଘୋଷଣା କରି ଏନେଇ ଲୋକଙ୍କୁ ଅବଗତ କରିଛନ୍ତି । ସଟଡାଉନ ନିୟମକୁ ଯେ କେହି ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ଅମରେଶ ଚନ୍ଦ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ନୂଆପଡା ଜିଲ୍ଲା ପଡୋଶୀ ଖଡ଼ିଆଳ ବ୍ଳକ ସାନମହେଶ୍ବର ଏବଂ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଗାଁରେ କୋଭିଡି ପୋଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏହାର ସୀମାନ୍ତକୁ ଲାଗିଥିବା ପେଣ୍ଡରାବନ୍ଧ ଗ୍ରାମପଞ୍ଚାୟତ ମୁରିବାହାଲ, ସାନମହେଶ୍ବର ଗାଁ ସଂକ୍ରମଣ ଆଶଙ୍କା କରି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସରପଞ୍ଚ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details