ନୂଆପଡା: ଲକଡାଉନ ଯୋଗୁଁ 1 ମାସରୁ ଅଧିକ ଦିନ ଧରି ବନ୍ଦ ପଡିଛି ସେଲୁନ । ଏନେଇ ନୂଆପଡା ଖଡ଼ିଆଳ ବ୍ଳକ ସେଲୁନ ବାରିକ ସଂଘ ସମୂହ ଦାବୀ କରିଛନ୍ତି । ସ୍ୱଳ୍ପ ରୋଜଗାରରେ କୁଟୁମ୍ବ ଚଳୁ ଥିବାବେଳେ, ଜୀବନ ଜୀବିକା ନେଇ ଚିନ୍ତାରେ ବାରିକ ସଂଘ । ଏନେଇ ସେଲୁନ ବାରିକ ସଂଘ ପରିବାର ପ୍ରତି ସରକାର ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।
ମହାମାରୀ କୋଭିଡ19 ମୁକାବିଲା ପାଇଁ ସରକାର ଲକଡାଉନ ଜାରି କରିଛନ୍ତି । ଯାହାର ପ୍ରଭାବରେ ଦୋକାନ ବଜାର, ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ଘରେ ରୁହନ୍ତୁ ସୁସ୍ଥ ରହନ୍ତୁ ,ସାମାଜିକ ଦୂରତା ଅବଲମ୍ବନ କରିବା, ହାତ ଧୋଇବା ଏଭଳି ସଚେତନତା ବାର୍ତ୍ତା ଦେଉଛନ୍ତି ସରକାର । ସରକାରଙ୍କ ଏଭଳି ପଦକ୍ଷେପକୁ ଖଡ଼ିଆଳ ସେଲୁନ ବାରିକ ସଂଘ ସ୍ୱାଗତ କରୁଛି ।