ନୂଆପଡା: କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁ କୁଟୁମ୍ବଙ୍କୁ ନେଇ ଆସେ । କୌଣସି ପରିବାରକୁ ପୁରା ଦୋହଲାଇ ଦିଏ । ଠିକ ଏଭଳି ଏକ ପରିବାର ଉପରେ ମାଡି ବସିଛି ଦୁଃଖ । ଛଡାଇ ନେଇଛି ସଂସାର ହସ । ଘଟଣା ହେଉଛି ଉପାନ୍ତ ନୂଆପଡା ଗୋଡତଲା ଗ୍ରାମର ରୋହିତ ମଲ୍ଲିକଙ୍କ ପରିବାରର କଥା ।
କେମିତି ଚଲାଇବେ ପରିବାର ଚିନ୍ତାରେ ପତ୍ନୀ ପରିବାର କହିଲେ ରୋହିତଙ୍କ ପତ୍ନୀ ରେବତୀ ମଲ୍ଲିକ, 2ଟି ଛୋଟ ଛୁଆ ଚନ୍ଦ୍ରମୁଖୀ, ଗୁଞ୍ଜନ ଓ ବୃଦ୍ଧ ବାପା । ଦିନ ମଜୁରିଆ ରୋହିତ ଯେଣେତେଣେ ଯାହା ରୋଜଗାର କରି ପରିବାର ଚଳାଉଥିଲେ । ଆଉ ଏହି ରୋଜଗାରରେ ବି ପରିବାର ଖୁସିରେ ଚଳିଯାଉଥିଲେ ।
ହେଲେ ଭଗବାନଙ୍କ ବିଚାର ଥିଲା ଆଉ କିଛି । ରୋହିତ ପଡୋଶୀ ବଲାଙ୍ଗୀର ଜିଲ୍ଲା ଦୁର୍ଗାପାଲି ସ୍ଥିତ ଏକ ବିଦ୍ୟୁତ ଖୁଣ୍ଟ ତିଆରି ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ 2018 ମାର୍ଚ୍ଚରେ ଏକ ସଡକ ଦୁର୍ଘଟଣାରେ ରୋହିତଙ୍କ ମେରୁଦଣ୍ଡ ଭାଙ୍ଗିଗଲା । ଭାଗ୍ୟକୁ ଜୀବନ ବଞ୍ଚିଗଲା ସତ । ହେଲେ ସେହିଦିନ ଠାରୁ ରୋହିତ ଶଯ୍ୟାଶାୟୀ । ବସିବା, ଖାଇବା ଶୌଚ ହେବା ସବୁ କିଛି ବିତୁଛି ହ୍ବିଲ ଚେୟାରରେ । ଫଳରେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟା ଶାୟୀ ହେବାପରେ ପରିବାର ଉପରେ ବୋଝ ଉପରେ ନଳିତା ବିଡା ପଡିଛି ।
ଗୋଟିଏ ପଟେ 2ଟି କୋମଳମତି ଶିଶୁ, ଅନ୍ୟପଟେ ବୃଦ୍ଧ ଶ୍ବଶୁର ଶଯ୍ୟାଶାୟୀ ସ୍ବାମୀଙ୍କୁ କିଭଳି ଦାନା ମୁଠେ ଦେବେ ଓ ଚିକିତ୍ସା କରିବେ ସେହି ଚିନ୍ତାରେ ଆଖିରୁ ଲୁହ ଗଡାଉଛନ୍ତି ରୋହିତଙ୍କ ପତ୍ନୀ ରେବତୀ ମଲ୍ଲିକ ।
ନିଜ ଶଯ୍ୟାଶାୟୀ ସ୍ବାମୀ ଓ 2 ପିଲାଙ୍କ ଭବିଷ୍ୟତ ପାଇଁ ରେବତୀ ସରକାରଙ୍କ ଠାରୁ ଆର୍ଥିକ ସହାୟତା ଲୋଡିଛନ୍ତି । ସେହିପରି ବଦାନ୍ୟ ବ୍ୟକ୍ତି ସଂଗଠନଙ୍କ ମଧ୍ୟ ସାହାଯ୍ୟ ମାଗିଛନ୍ତି ରେବତୀ । ଆଶା ରେବତୀଙ୍କ ଦୁଃଖ ସରକାରଙ୍କ ପାଖରେ ପହଞ୍ଚିବ । ପରିବାରକୁ ଆବଶ୍ୟକ ସହଯୋଗ ମିଳିବ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ