ଓଡିଶା

odisha

ETV Bharat / state

ଠିକଠାକ ଥିଲା ରାସ୍ତା, କଦର୍ଯ୍ୟ କରିଦେଲା ପ୍ରଶାସନ ! - road problem in nuapada

ନିମ୍ନମାନର ରାସ୍ତା କାମ । ସରକାରୀ ଅର୍ଥ ହଡପ କରୁଥିବା ଅଭିଯୋଗ । ଅଭିଯୋଗ ଆସିଛି ସିନାପାଲି ବ୍ଲକ ବ୍ରାହ୍ମଣୀଗୁଡା ଗାଁରୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Jul 23, 2019, 11:31 AM IST

Updated : Jul 23, 2019, 7:09 PM IST

ନୂଆପଡା: ସ୍କୁଲ ଯିବାକୁ ସାଇକେଲ ଅଛି । ବଜାର ଯିବାକୁ ଗାଡି ଅଛି । ଗାଧୋଇବା ଲାଗି ଘାଟ ଅଛି । ହେଲେ ଗନ୍ତବ୍ୟ ସ୍ଥଳ ଯିବାକୁ ରାସ୍ତା ନାହିଁ । ଠିକଠାକ ଥିଲା ରାସ୍ତା । କଦର୍ଯ୍ୟ କରିଦେଲା ପ୍ରଶାସନ । ଯେଉଁ ରାସ୍ତାରେ ଚାଲି ଚାଲି ଯିବା ବି ମୁସ୍କିଲ । ସାଇକେଲ କି ବାଇକ ଚଳାଇବା ଅର୍ଥ ଦୁର୍ଘଟଣାକୁ ଡାକିବା । ପୂର୍ବରୁ କଚ୍ଚା ଥିଲା । ଯିବା ଆସିବା କରିହେଉଥିଲା । ହେଲେ ରାସ୍ତା ଉନ୍ନତିକରଣ ନାଁରେ ପଡିଲା ମୋରମ । ଆଉ ଏହାପରେ ରାସ୍ତା ହେଲା ପୁରା କଦର୍ଯ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଆମେ ଆପଣଙ୍କୁ କହୁଛୁ ନୂଆପଡା ବ୍ରାହ୍ମଣୀଗୁଡା ଗାଁ ଚାରିଛକ ଠାରୁ ଝୁଲେନବର ରାସ୍ତାର କଥା । ଏଠି କଂକ୍ରିଟ ମେଟାଲିଂ କରିବାକୁ ଲୋକେ ଦାବି କରିଥିଲେ । ହେଲେ ଖାଲି ମୋରମ ପକାଇ କାମ ସାରିଦେଇଛନ୍ତି ଠିକାଦାର ଓ ଜେଇ । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ସ୍ଥାନୀୟ ବିଡିଓ ଏହା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ । କିଏ କରୁଛି, କାହା ଅଧିନରେ କାମ ହେଉଛି, କେତେ ଟଙ୍କା ବ୍ୟୟବରାଦ ହୋଇଛି ସେ କିଛି ଜାଣିନାହାଁନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jul 23, 2019, 7:09 PM IST

ABOUT THE AUTHOR

...view details