ନୂଆପଡା: ଜିଲ୍ଲାର 353 ଜାତୀୟ ରାଜପଥ ଯୁକ୍ତ 2 ଗାନ୍ଧୀ ମହାବିଦ୍ୟାଳୟ ନିକଟରେ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ବରପଦର ଗାଁର ଭୂପତି ବାଗ ।
ସୂଚନାନୁସାରେ, ଭୂପତି ପରିବାର ସହ ଏକ ଅଟୋ ସାହାଯ୍ୟରେ ଖଡ଼ିଆଳ ସହରକୁ ମାର୍କେଟିଂ ପାଇଁ ଆସିଥିଲେ । ରାସ୍ତା କଡରେ ଛିଡା ହୋଇଥିବାବେଳେ ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଅଟୋ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଭୂପତି ବାଗଙ୍କ ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା ।