ଓଡିଶା

odisha

ETV Bharat / state

ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ 2 ବାଇକ ଆରୋହୀ ମୃତ

ସ୍ଥାନୀୟ ଖଡିଆଳ ଥାନା ପଦ୍ମପୁର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାରେ 2ଜଣ ମୋଟର ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଦ୍ବୟ ବୋଡେନ ବ୍ଲକ ଡନେଇବସା ଗାଁର ବୋଲି ଜଣାପଡିଛି ।

By

Published : May 25, 2020, 9:46 PM IST

Updated : May 26, 2020, 2:01 PM IST

road accident in nuapada, nuapada latest news, road accident, motor cyclist died getting hit by electric pole, ନୂଆପଡାରେ ସଡକ ଦୁର୍ଘଟଣା, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ସଡକ ଦୁର୍ଘଟଣା, ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ବାଇକ ଆରୋହୀ ମୃତ
ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ 2 ବାଇକ ଆରୋହୀ ମୃ୍ତ

ନୂଆପଡା: ସ୍ଥାନୀୟ ଖଡିଆଳ ଥାନା ପଦ୍ମପୁର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାରେ 2ଜଣ ମୋଟର ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଦ୍ବୟ ବୋଡେନ ବ୍ଲକ ଡନେଇବସା ଗାଁର ବୋଲି ଜଣାପଡିଛି । ଖବର ପାଇ ଖଡିଆଳ ପୋଲିସ, ଖଡିଆଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି 2 ଯୁବକଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ 2 ବାଇକ ଆରୋହୀ ମୃତ

ସୂଚନା ଅନୁଯାୟୀ ବୋଡେନ ବ୍ଲକ ଡନେଇବସା ଗାଁର ଯୁବକ କୈଳାସ ଜଗତ ଏବଂ ଟେନ୍ଦୁଲକର ଜଗତ କୌଣସି କାମ ପାଇଁ କଣ୍ଟାବାଞ୍ଝି ଅଭିମୁଖେ ଯାଇ ଫେରୁଥିଲେ । ହେଲେ ଫେରିବା ବାଟରେ ଖଡ଼ିଆଳ ଥାନା ପଦ୍ମପୁର ଗାଁ ନିକଟସ୍ଥ ମୁଖ୍ୟ ସଡକରେ ଥିବା ବିଦ୍ୟୁତ ଖୁଣ୍ଟରେ ଦ୍ରୁତଗାମୀ ଗାଡି ଧକ୍କା ହୋଇଥିଲେ । ଫଳରେ ଉଭୟ ଯୁବକ ଛିଟିକି ପଡିବା ସହ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : May 26, 2020, 2:01 PM IST

ABOUT THE AUTHOR

...view details