ଓଡିଶା

odisha

ETV Bharat / state

ବୃଦ୍ଧାଙ୍କୁ ଖଟିଆରେ ବ୍ୟାଙ୍କ ନେବା ଘଟଣା: ରିପୋର୍ଟ ମାଗିଲେ ରାମଦେବ - Ramdev nuapara incident

ଶତାୟୁ ବୃଦ୍ଧା ମା'କୁ 60 ବର୍ଷର ବୃଦ୍ଧା ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କକୁ ନେବା ଘଟଣାକୁ ବାବା ରାମଦେବ ନିନ୍ଦା କରିବାସହ ବୃଦ୍ଧାଙ୍କ ବିଷୟରେ ତଦନ୍ତ କରି ତାଙ୍କୁ ରିପୋର୍ଟ ଦେବାକୁ ନୂଆପଡା ଜିଲ୍ଲା ପତଞ୍ଜଳୀ ଯୋଗ ସମିତିକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ବୃଦ୍ଧାଙ୍କୁ ଖଟିଆରେ ବ୍ୟାଙ୍କ ନେବା ଘଟଣା, ରିପୋର୍ଟ ମାଗିଲେ ରାମଦେବ
ବୃଦ୍ଧାଙ୍କୁ ଖଟିଆରେ ବ୍ୟାଙ୍କ ନେବା ଘଟଣା, ରିପୋର୍ଟ ମାଗିଲେ ରାମଦେବ

By

Published : Jun 15, 2020, 10:27 PM IST

ନୂଆପଡା: ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅମାନବିକତା ହାଟରେ ପଡି ଦାଣ୍ଡରେ ଗଡୁଛି । ଶତାୟୁ ବୃଦ୍ଧା ମା'କୁ 60 ବର୍ଷର ବୃଦ୍ଧା ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କକୁ ନେବା ଘଟଣା ଯୋଗଗୁରୁ ବାବା ରାମଦେବଙ୍କୁ ବିଚଳିତ କରିଛି । ଏଭଳି ଅମାନବିକତା ଘଟଣାକୁ ବାବା ରାମଦେବ ନିନ୍ଦା କରିବାସହ ବୃଦ୍ଧାଙ୍କ ବିଷୟରେ ତଦନ୍ତ କରି ତାଙ୍କୁ ରିପୋଟ ଦେବାକୁ ନୂଆପଡା ଜିଲ୍ଲା ପତଞ୍ଜଳୀ ଯୋଗ ସମିତିକୁ ନିର୍ଦ୍ଦେଶ ଦେଇଛନ୍ତି ।

ବୃଦ୍ଧାଙ୍କୁ ଖଟିଆରେ ବ୍ୟାଙ୍କ ନେବା ଘଟଣା, ରିପୋର୍ଟ ମାଗିଲେ ରାମଦେବ

ଖଡ଼ିଆଳ ବ୍ଲକ ବରଗାଁକୁ ନୂଆପଡା ଜିଲ୍ଲା ପତଞ୍ଜଳୀ ଯୋଗ ସମିତିର ଡାକ୍ତର ସୁଦର୍ଶନ ଦେବ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ବୃଦ୍ଧା ଲବେ ବାଗଙ୍କ ଘରକୁ ପରିଦର୍ଶନରେ ଯାଇଥିଲେ । ସାଙ୍ଗରେ ନୂଆପଡା ପତଞ୍ଜଳୀ ଯୋଗ ସମିତି ଜିଲ୍ଲା ସଂଯୋଜକ ଡାକ୍ତର ବାସୁଦେବ ସାହୁ, ଖଡ଼ିଆଳ ତହସିଲ ସଂଯୋଜକ ପୂର୍ଣ୍ଣଚନ୍ଦ୍ର କର୍ମୀ, ସାମ୍ବାଦିକ ଘନଶ୍ୟାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ବୃଦ୍ଧାଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଏହି ରିପୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ଜଣାଇବେ ବୋଲି ଡାକ୍ତର ସୁଦର୍ଶନ ଦେବ ଆଚାର୍ଯ୍ୟ କହିଛନ୍ତି । ଏନେଇ ବୃଦ୍ଧା ଓ ତାଙ୍କ ଝିଅ ପୁଞ୍ଜିମତିଙ୍କୁ ଗୋଟିଏ ମାସର ରାସନ ଯୋଗାଇ ଦିଆଯାଇଛି । ଏଥିରେ ଚାଉଳ, ଡାଲି, ତେଲ, ଲୁଣ, ମସଲା, ସାବୁନ, ପନିପରିବା ଓ 1500 ଟଙ୍କା ସହ ଉଭୟ ମାଆ ଝିଅଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରିଛନ୍ତି । ସେହିଭଳି ବରଗାଁ ର ଅସହାୟ ଗରିବ 20 ଜଣ ବୃଦ୍ଧାଙ୍କୁ ମଧ୍ୟ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details