ଓଡିଶା

odisha

ETV Bharat / state

ନୂଆପଡାର ନେହେନା ପଞ୍ଚାୟତରେ ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟର

କୋରୋନା ପାଇଁ ସଚେତନତା । ନୂଆପଡାର ନେହେନା ପଞ୍ଚାୟତରେ କରାଯାଇଛି କ୍ବାରେଣ୍ଟାଇନ ବ୍ୟବସ୍ଥା । ଅଧିକ ପଢନ୍ତୁ...

Quarantine arrangements have been made in Nehna Panchayat in Nuapada
ନୂଆପଡାର ନେହେନା ପଞ୍ଚାୟତରେ କରାଯାଇଛି କ୍ବାରେନଣ୍ଟାଇନ ବ୍ୟବସ୍ଥା

By

Published : Apr 11, 2020, 12:34 PM IST

ନୂଆପଡା: କୋରୋନା ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଲକ ଡାଉନ । ନୂଆପଡାର ନେହେନା ପଞ୍ଚାୟତରେ କୋଭିଡ19 ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଉ ଥିବା କହିଛନ୍ତି ସରପଞ୍ଚ ଅବନି ସିଂ ନିନା ।

ନୂଆପଡାର ନେହେନା ପଞ୍ଚାୟତରେ କରାଯାଇଛି କ୍ବାରେନଣ୍ଟାଇନ ବ୍ୟବସ୍ଥା

ନେହେନା ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ 25 ଶଯ୍ୟା ବିଶିଷ୍ଟ ଆଇସୋଲେସନ ଓ୍ବାର୍ଡ କରାଯାଇଛି । ସେଠାରେ ଆକ୍ରାନ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରରୁ ଆସିଥିବା ଲୋକମାନେ ହୋମ କ୍ବାରେଣ୍ଟାଇନରେ ରହିବେ ।

ସେପଟେ,ଅସହାୟ ଓ ଗରିବ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ସରପଞ୍ଚ କହିଛନ୍ତି । କୋଭିଡ19 ମୁକାବିଲା ପାଇଁ ସରକାରଙ୍କ ସମସ୍ତ ନିୟମକୁ ପାଳନ କରୁଥିବା ବେଳେ, ପଞ୍ଚାୟତ ସ୍ତରରେ ଲୋକଙ୍କୁ ସଚେତନ କରାଯାଉ ଥିବା ସେ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details