ନୂଆପଡା: ନୂଆପଡା ଜିଲ୍ଲା ବଡ଼ଦୋହେଲ ଗ୍ରାମପଞ୍ଚାୟତ ଲଛିପୁର ଗାଁରେ ଜନଅସନ୍ତୋଷ ପ୍ରକାଶ ପାଇଛି। କୋଭିଡ-19 ମୁକାବିଲା ପାଇଁ ସରକାର ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଜିଲ୍ଲା ସ୍ତରରେ ଗାଇଡ଼ ଲାଇନ ଜାରି କରିଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ବଡ଼ଦୋହେଲ ଗ୍ରାମପଞ୍ଚାୟତ, ସରକାରଙ୍କ କୋଭିଡ ମୁକାବିଲା ପାଇଁ କୌଣସି ନିୟମକୁ ପାଳନ କରୁନଥିବାରୁ ଲଛିପୁର ଗାଁର ବରିଷ୍ଠ ନାଗରିକ ଗଣ ଅଭିଯୋଗ କରିଛନ୍ତି। ଏଭଳି କାର୍ଯ୍ୟକଳାପକୁ ନେଇ ପିଲା ଠାରୁ ବୁଢା ସମସ୍ତେ କ୍ଷୋଭ ପ୍ରକାଶ କରିଛନ୍ତି।
ସରପଞ୍ଚଙ୍କ କୋଭିଡ ନିୟମ ଭଙ୍ଗ, ଲଛିପୁର ଗାଁରେ ଜନଅସନ୍ତୋଷ - non-compliance covid rule by Sarpanch
ନୂଆପଡା ଜିଲ୍ଲା ବଡ଼ଦୋହେଲ ଗ୍ରାମପଞ୍ଚାୟତ ଲଛିପୁର ଗାଁରେ ଜନଅସନ୍ତୋଷ ପ୍ରକାଶ ପାଇଛି। ବଡ଼ଦୋହେଲ ଗ୍ରାମପଞ୍ଚାୟତ, ସରକାରଙ୍କ କୋଭିଡ ମୁକାବିଲା ପାଇଁ କୌଣସି ନିୟମକୁ ପାଳନ କରୁନଥିବାରୁ ଲଛିପୁର ଗାଁର ବରିଷ୍ଠ ନାଗରିକ ଗଣ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...
ସୂଚନାମୁତାବକ ଚଳିତ ମାସ 12 ତାରିଖ ଦିନ ଲଛିପୁର ଗ୍ରାମର ଗୋଟିଏ ପରିବାରରେ 3ଜଣ ସଦସ୍ୟ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଗାଁରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଜିଲ୍ଳାପାଳ କ୍ଷମତା ପ୍ରାପ୍ତ ବଡ଼ଦୋହେଲ ସରପଞ୍ଚ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା କଲେ ସତ, ହେଲେ କୌଣସି ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା କଲେ ନାହିଁ। ପରିମଳ ବ୍ୟବସ୍ଥା ସମ୍ପୃକ୍ତ ବିଗିଡି ଯାଇଥିବା ବେଳେ, ଏଯାଏଁ ଗାଁ ଦାଣ୍ଡକୁ ସେନିଟାଇଜ କରାଯାଇନାହିଁ। ଏପରିକି Tmc ସେଣ୍ଟର କରାଯାଇଥିଲା ବିଦ୍ୟାଳୟକୁ ମଧ୍ୟ ସେନିଟାଇଜ କରାଯାଇନାହିଁ। ଏନେଇ ଗାଁଲୋକେ ଅଭିଯୋଗ କରିଛନ୍ତି।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ