ଓଡିଶା

odisha

ETV Bharat / state

ଧାନମଣ୍ଡିରେ ଦୁର୍ନୀତି ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୂଆପଡ଼ା ଜିଲ୍ଲାର କୋମଡ଼ା ଓ ନୂଆପଡ଼ା ବ୍ଲକରେ ଧାନମଣ୍ଡିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Protests in front of Nuapada Collector's office over allegations of corruption in mandi
ଧାନମଣ୍ଡିରେ ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

By

Published : Dec 18, 2020, 8:32 PM IST

ନୂଆପଡ଼ା:ଜିଲ୍ଲାର କୋମଡ଼ା ଓ ନୂଆପଡ଼ା ବ୍ଲକରେ ଧାନମଣ୍ଡିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗରିବ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ଧାନମଣ୍ଡିରେ ଦୁର୍ନୀତି ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜିଲ୍ଲାର କୋମନା, ନୂଆପଡା ବ୍ଲକର ବିଭିନ୍ନ ଧାନମଣ୍ଡିରେ ମିଲର ରାଜୁତି ଚାଲିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ପ୍ରକୃତ ଚାଷୀ ରେଜିଷ୍ଟ୍ରେସନରୁ ବାଦ ପଡିଥିବା ବେଳେ ମିଥ୍ୟା ଚାଷୀ ଟୋକନ୍‌ ପାଇ ଦଲାଲ କବଜାରେ ଥିବା ଅଭିଯୋଗ ହେଉଛି । ଲଖନା, ଖରିଆରୋଡ, ଧରମବନ୍ଧା, ସାରାବଙ୍ଗ ଅଞ୍ଚଳର ବହୁ ସଂଖ୍ୟାରେ ଚାଷୀ ପେକ୍ସ ଅଧିକାରୀଙ୍କ ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ରେଜିଷ୍ଟ୍ରେସନରୁ ବାଦ ପଡିଛନ୍ତି । ସେହିଭଳି ସିଆଲଲଟି, ତରବୋଡ, ସମରସିଂ, କୁରୁମପୁରୀ, ଆମାନାରା ଧାନମଣ୍ଡିରେ ପ୍ରବଳ ମାତ୍ରାରେ ଦୁର୍ନୀତି ଚାଲିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।

ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାଷୀ ସମସ୍ୟା ଦୂର କରିବା ପାଇଁ ଆନ୍ଦୋଳନକାରୀମାନେ 6 ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ତରଣୀ ସେନ ନାଏକଙ୍କୁ ପ୍ରଦାନ କରିଛନ୍ତି । ଗରିବ ସେନାର ଅଧ୍ୟକ୍ଷ ରବି ମଙ୍ଗରାଜ ଏହି ଆନ୍ଦୋଳନର ନେତୃତ୍ବ ନେଇଥିବା ବେଳେ ଶତାଧିକ ଚାଷୀ ଏଥିରେ ଯୋଗ ଦେଇଥିଲେ । ତେବେ ଦାବି ପୂରଣ ନ ହେଲେ ଗରିବ ସେନା ପକ୍ଷରୁ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details