ନୂଆପଡା: ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଖଡ଼ିଆଳ ଥାନା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ । ଉତ୍ତର ପ୍ରଦେଶରେ ଘଟିଥିବା ଲଜ୍ଜାଜନକ ଗଣ ଦୁଷ୍କର୍ମ ଘଟଣାକୁ କଠୋର ଭାବରେ ନିନ୍ଦା କରିଛନ୍ତି ବିକ୍ଷୋଭକାରୀ । ଅକାଳ ମୃତ୍ୟୁ ହୋଇଥିବା ପୀଡ଼ିତା ମନୀଷାଙ୍କ ପରିବାର ବର୍ଗଙ୍କୁ ଉତ୍ତର ପ୍ରଦେଶ ସରକାର 1କୋଟି ଅର୍ଥ କ୍ଷତିପୂରଣ ଦେବା ସହ ପରିବାରର ଜଣଙ୍କୁ ସରକାରୀ ଚାକିରୀ ଏବଂ ଦୁଷ୍କର୍ମକାରୀ ମାନକୁ ତୁରନ୍ତ ଫାଶୀ ଦଣ୍ଡ ଦାବି କରିଛନ୍ତି ବିକ୍ଷୋଭକାରୀ ।
ଦଳିତ ଅଧିକାର ମଞ୍ଚ ସଭାପତିଙ୍କ ନେତୃତ୍ବରେ ଖଡ଼ିଆଳ ଛକରେ ବିକ୍ଷୋଭ - ଖଡ଼ିଆଳ ଛକରେ ବିକ୍ଷୋଭ ପ୍ରଦର୍ଶନ
ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ଖଡ଼ିଆଳ ଥାନା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ । ଉତ୍ତର ପ୍ରଦେଶରେ ଘଟିଥିବା ଲଜ୍ୟାଜନକ ଗଣଦୁଷ୍କର୍ମ ଘଟଣାକୁ କଠୋର ଭାବରେ ନିନ୍ଦା କରିଛନ୍ତି ବିକ୍ଷୋଭକାରୀ । ଅଧିକ ପଢନ୍ତୁ...
ଦଳିତ ଅଧିକାର ମଞ୍ଚ ସଭାପତିଙ୍କ ନେତୃତ୍ବରେ ଖଡ଼ିଆଳ ଛକରେ ବିକ୍ଷୋଭ ପ୍ରଦର୍ଶନ
ଏନେଇ ନୂଆପଡା ଦଳିତ ଅଧିକାର ମଞ୍ଚର ଶତାଧିକ ସଦସ୍ୟ ହାତରେ ପ୍ଲାକାର୍ଡ ,ଉତ୍ତର ପ୍ରଦେଶ ସରକାର ମୁର୍ଦ୍ଦାବାଦ, ଉତ୍ତରପ୍ରଦେଶ ପୋଲିସ ପ୍ରଶାସନ ମୁର୍ଦ୍ଦାବାଦ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମାଜରେ ଏଭଳି ଜଣେ ଦଳିତ ଝିଅ ପ୍ରତି ଅମାନୁଷିକତା ହୋଇଥିବାରୁ ସମସ୍ତ ବର୍ଗର ଲୋକେ ଏହାକୁ ନିନ୍ଦା କରିଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ