ନୂଆପଡା: ଜୟକିସାନ ମଜଦୁର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୟରେ ନୂଆପଡାରେ ଗଣଧାରଣା । ପୃଥକ ପୃଥକ ପର୍ଯ୍ୟାୟ କ୍ରମେ 3 ଗୋଟି ସ୍ଥାନରେ ଗଣଧାରଣା ଦେଇ 20 ଦଫା ଦାବି ପୂରଣ ପାଇଁ ଦାବି କରିଛି ସଂଗ୍ରାମ ପରିଷଦ । ପ୍ରଥମ ପର୍ଯ୍ୟାୟରେ ମିଛାପାଲି, ଦ୍ଵିତୀୟ ପର୍ଯାୟରେ ତରବୋଡ଼ ଏବଂ ତୃତୀୟ ପର୍ଯାୟରେ କଣ୍ଡେତରାଠାରେ ସଂଗ୍ରାମ ପରିଷଦ ଗଣଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛି । ଦାବି ଗୁଡିକ ଉପରେ ସରକାର ଏବଂ ନୂଆପଡା ଜିଲ୍ଲା ପ୍ରଶାସନ ଧ୍ୟାନ ନ ଦେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆବାହକ ଯଦୁମଣି ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି ।
20 ଦଫା ଦାବି ନେଇ ଜୟକିସାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଗଣଧାରଣା - protest by Jaikishan Labour Council
20 ଦଫା ଦାବି ପୂରଣ ନେଇ ଜୟକିସାନ ମଜଦୁର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୟରେ ନୂଆପଡାରେ ଗଣଧାରଣା । ତେବେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ପରିଷଦର ଚେତାବନୀ । ଅଧିକ ପଢନ୍ତୁ...
20 ଦଫା ଦାବି ନେଇ ଜୟକିସାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଗଣଧାରଣା
ସୂଚନାମତେ ଜିଲ୍ଲାରେ ଧାନ ଅମଳ ଚାଲିଥିବାବେଳେ ତୁରନ୍ତ ମଣ୍ଡି ଖୋଲା ଯାଉ ,କପା , ମକା ମଣ୍ଡି ବ୍ୟବସ୍ଥା କରାଯାଉ, କୋମନା ବ୍ଲକର ବିଭିନ୍ନ ଅଞ୍ଚଳରେ ମରଣଯନ୍ତା ପାଲିଟିଥିବା ରାସ୍ତାର ମରାମତି କରାଯାଉ, ମନରେଗା ଯୋଜନାରେ ଶ୍ରମିକଙ୍କୁ ତୁରନ୍ତ ପାରିଶ୍ରମିକ ଦିଆଯାଉ, ଏଭଳି 20 ଦଫା ଦାବି ପୂରଣ ପାଇଁ ସଂଗ୍ରାମ ପରିଷଦ ଦାବି କରିଛି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ