ନୂଆପଡ଼ା: କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ । ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି ସାଂସଦ । ଚଳିତ ମାସ 14 ତାରିଖ ଠାରୁ ପର୍ଯ୍ୟାୟ କ୍ରମେ 18 ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦିଆଯାଇଛି । ନୂଆପଡା ଜିଲ୍ଲାବ୍ୟାପୀ ବ୍ଲକ ଘେରାଉ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ସରକାର ପ୍ରଶାସନକୁ ଅଚଳ କରିବେ ବୋଲି ଉପସ୍ଥିତ ବିଜେପି ନେତାମାନେ ଚେତାବନୀ ଦେଇଛନ୍ତି ।
ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ଆସନ୍ତା 14 ତାରିଖ ଠାରୁ 18 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରି ଗଣ ଆନ୍ଦୋଳନ କରିବା ନେଇ ପ୍ରେସମିଟରେ କହିଛନ୍ତି ସାଂସଦ ବସନ୍ତ ପଣ୍ଡା । ସାଂସଦ କହିଛନ୍ତି," ସରକାରୀ ଯୋଜନାରେ 50 ପ୍ରତିଶତ ଦୁର୍ନୀତି, କେନ୍ଦ୍ର ସରକାରଙ୍କ 9 ଲକ୍ଷ କୋଟି ଅର୍ଥର ଦୁର୍ନୀତି, ମହିଳା ଅସୁରକ୍ଷିତ, ନିର୍ଯାତନା, ମାଆ-ଶିଶୁ ପୋଷଣ ଅଭିଯାନରେ ରାଜ୍ୟ ସରକାରଙ୍କ ବିଫଳତା, ଶିଳ୍ପ ବିକାଶରେ ବିଫଳତା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଶିକ୍ଷାର ଭିତ୍ତିଭୂମିର ଅଭାବ ଆଦି ପ୍ରସଙ୍ଗ ନେଇ ଆମେ ଆନ୍ଦୋଳନ କରିବୁ।"
ସେହିପରି ଉଚ୍ଚଶିକ୍ଷାରେ ବିଫଳତା,କୃଷକ ମାରଣା ନୀତି, ଚାଷ ଜମିକୁ ଜଳ ସେଚନ ଅଭାବ, ସିନାପାଲି ଉଦନ୍ତୀ ବ୍ୟାରେଜ ଦାବି ପତୋରା ଅପରଜଙ୍କ ଇରିଗେସନ, ଫରେଷ୍ଟ କିଲୟରାନ୍ସ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି ଦଳ । ଏହାସହ ପଞ୍ଚାୟତରାଜ ନିୟମକୁ ଖୁଲୁମଖୁଲା ଉଲ୍ଲଘଂନ କରି ପଲ୍ଲୀସଭା ଓ ଗ୍ରାମସଭାକୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ କରିଛି ବିଜେପି ।
ଏହା ବି ପଢନ୍ତୁ...'ଆମ ଓଡ଼ିଶା ନବୀନ ଓଡିଶା'କୁ ବିରୋଧ, କାଲିଠୁ ୧୮ ପର୍ଯ୍ୟନ୍ତ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ