ଓଡିଶା

odisha

By

Published : Jan 24, 2022, 10:47 PM IST

ETV Bharat / state

ଅବିଭାବକ ମହାସଂଘର ସାମ୍ବାଦିକ ସମ୍ମିଳନୀ

ଓଡ଼ିଶା ଅବିଭାବକ ମହାସଂଘ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ନୂଆପଡା ଜିଲ୍ଲା ପ୍ରମୁଖ ସହର ଖଡ଼ିଆଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଅବିଭାବକ ମହାସଂଘର ସାମ୍ବାଦିକ ସମ୍ମିଳନୀ
ଅବିଭାବକ ମହାସଂଘର ସାମ୍ବାଦିକ ସମ୍ମିଳନୀ

ନୂଆପଡା: ଓଡ଼ିଶା ଅବିଭାବକ ମହାସଂଘ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ନୂଆପଡା ଜିଲ୍ଲା ପ୍ରମୁଖ ସହର ଖଡ଼ିଆଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଓଡିଶା ଅବିଭାବକ ମହାସଂଘ ରାଜ୍ୟ ଉପାଧ୍ୟକ୍ଷ ଯଦୁମଣି ପାଣିଗ୍ରାହୀ, ସଂଯୋଜକ ପ୍ରଦୀପ୍ତ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଛନ୍ତି । ଶିକ୍ଷା ହେଉଛି ଅମୂଲ୍ୟ ଅସରନ୍ତି ସମ୍ପଦ, ଉତ୍ତମ ଶିକ୍ଷା ହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟ ଗଠନର ମୂଳଦୁଆ ପକାଇଥାଏ । ତେଣୁ ଓଡିଶାର ଅଗଣିତ ଭୋଟର ଅବିଭାବକ ଭାଇ ଭଉଣୀମାନେ ଗୁରୁତର ସହ ବିଚାର କରିବାର ସମୟ ଆସିଛି ।

ଅବିଭାବକ ମହାସଂଘର ସାମ୍ବାଦିକ ସମ୍ମିଳନୀ

ବର୍ତ୍ତମାନ ରାଜ୍ୟ ବ୍ୟାପୀ 73 ସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ଉଷ୍ମତା ଲାଗି ରହିଛି । ଏହି ସମୟରେ ଶିକ୍ଷାର ବିକାଶ ଦିଗରେ କାମ କରିବା ସେଭଳି ପ୍ରାର୍ଥୀଙ୍କୁ ଭୋଟ ଦେବା ଉଚିତ ରହିବ ବୋଲି ଆହ୍ବାନ କରିଛନ୍ତି । ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 156ଟି ବିଦ୍ୟାଳୟ ସରକାର ବନ୍ଦ କରିଛନ୍ତି ତା’କୁ କିଭଳି ଖୋଲାଯିବ । ଆଦର୍ଶ ବିଦ୍ୟାଳୟ ଗୁଡିକରେ ହଷ୍ଟେଲ ତୁରନ୍ତ ଖୋଲାଯାଉ ବୋଲି କହିଛନ୍ତି ଓଡିଶା ଅବିଭାବକ ମହାସଂଘ ସଭାପତି । ଏଭଳି ଆଗାମୀ ଦିନରେ ଶିକ୍ଷା ସମ୍ପର୍କରେ ଯେଉଁ ପ୍ରାର୍ଥୀମାନେ କାମ କରିବେ ସେହି ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କୁ ଭୋଟ ଦେବାକୁ ଆହ୍ବାନ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details