ଓଡିଶା

odisha

ETV Bharat / state

ପୁଣି ଷ୍ଟ୍ରେଚରରେ 4 କିମି ବୁହା ହେଲେ ଗର୍ଭବତୀ

ନୂଆପଡାର ଖଡ଼ିଆଳ ବ୍ଲକ ବନ ପାହାଡ଼ ଘେରା ସମାଡ଼ପଦର ଗାଁରେ ଦେଖା ଦେଇଛି ଅଭାବନୀୟ ଘଟଣା । ଦୀର୍ଘ 4 କିଲୋମିଟର ଦୁର୍ଗମ ପାଦ ଚଲା ରାସ୍ତାରୁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା । ଅଧିକ ପଢନ୍ତୁ...

By

Published : Aug 16, 2020, 2:02 PM IST

pregnant woman carried on stretcher, pregnant woman carried on stretcher in nuapada, nuapada latest news, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ନୂଆପଡାରେ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ
ନୂଆପଡାରେ ପୁଣି ଷ୍ଟ୍ରେଚରରେ 4 କିମି ବୁହା ହେଲେ ଗର୍ଭବତୀ

ନୂଆପଡା: ସ୍ଥାନୀୟ ଖଡ଼ିଆଳ ବ୍ଲକ ବନ ପାହାଡ଼ ଘେରା ସମାଡ଼ପଦର ଗାଁରେ ଦେଖା ଦେଇଛି ଅଭାବନୀୟ ଘଟଣା । ଦୀର୍ଘ 4 କିଲୋମିଟର ଦୁର୍ଗମ ପାଦ ଚଲା ରାସ୍ତାରୁ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା । ସୂଚନା ଅନୁଯାୟୀ ଅବହେଳିତ ବନ ପାହାଡ଼ ଘେରା ସମାଡ଼ପଦର ଗାଁର ଖଗେଶ୍ବର ମାଝୀଙ୍କ ସ୍ତ୍ରୀ ରେମତି ମାଝୀଙ୍କୁ ଶନିବାର ବିଳମ୍ବିତ ରାତିରେ ଜନନୀ ଯନ୍ତ୍ରଣା ହୋଇଥିଲା । ହେଲେ ଦୁର୍ଗମ ପାହାଡିଆ ରାସ୍ତା କାରଣରୁ ତଳ ଗାଁକୁ ଓହ୍ଲାଇ ଚିକିତ୍ସା ପାଇଁ ନିକଟସ୍ଥ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମ୍ଭବ ହୋଇପାରିନଥିଲା ।

ନୂଆପଡାରେ ପୁଣି ଷ୍ଟ୍ରେଚରରେ 4 କିମି ବୁହା ହେଲେ ଗର୍ଭବତୀ

ବିକଳ୍ପ ନପାଇ ରାତି ସାରା ଅପେକ୍ଷା କରିବା ପରେ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ରେମତି ମାଝୀ । ଫଳରେ ରବିବାର ସକାଳେ ତାଙ୍କୁ ନେବା ପାଇଁ ତିନିକୋ ଛକ ପାହାଡ଼ ତଳେ ଆମ୍ବୁଲାନ୍ସ ପହଞ୍ଚିଥିଲା । ପରେ ଗାଁ ଲୋକଙ୍କ ସାହାଯ୍ୟରେ ଆଶା ଦିଦି ବାସନ୍ତୀ ମାଝି ଦମ୍ଭ ଦେଖାଇ ଷ୍ଟ୍ରେଚରରେ ଗର୍ଭବତୀ ରେମତି ମାଝୀଙ୍କୁ ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଛନ୍ତି ।

ଅପରପକ୍ଷେ ସ୍ବାଧୀନତାର 74 ବର୍ଷ ପରେ ମଧ୍ୟ ସମାଡ଼ପଦର ଗାଁ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ । ରାସ୍ତା, ବିଜୁଳି, ପାଣି ଭଳି ଏକାଧିକ ମୌଳିକ ଅଧିକାରରୁ ଏମାନେ ବଞ୍ଚିତ । ହେଲେ ସବୁ ଜାଣି ବି ସତେ ଯେମିତି ନିରବଦ୍ରଷ୍ଟା ସାଜିଛନ୍ତି ସରକାର।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details