ଓଡିଶା

odisha

ETV Bharat / state

ସିଏଏ କାହାରି ନାଗରିକତା କ୍ଷୁର୍ଣ୍ଣ କରିବ ନାହିଁ: ପ୍ରତାପ ଷଡଙ୍ଗୀ - କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ

ଦିନିକିଆ ନୂଆପଡା ଗସ୍ତରେ ଆସି ଫେରିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ସେ ସିଏଏକୁ ନେଇ ଅନେକ କଥା କହିଛନ୍ତି । ଅଧିକ ପଢନ୍ତୁ...

Pratap sarangi visit nuapada
ସିଏବି କାହାରି ନାଗରିକତା କ୍ଷୁଣ୍ଣ କରିବ ନାହିଁ: ପ୍ରତାପ ଷଢଙ୍ଗୀ

By

Published : Feb 8, 2020, 9:24 PM IST

Updated : Feb 8, 2020, 9:49 PM IST

ନୂଆପଡା: ଶନିବାର ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ଫେରିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀଜି ମଣ୍ଡପରେ ଆୟୋଜିତ ସାଧାରଣ ବୈଠକରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।

ସିଏବି କାହାରି ନାଗରିକତା କ୍ଷୁଣ୍ଣ କରିବ ନାହିଁ: ପ୍ରତାପ ଷଢଙ୍ଗୀ

ଏହି ଅବସରରେ ପ୍ରତାପ ଷଡଙ୍ଗୀ ସିଏଏ (ନାଗରିକ ସଂଶୋଧନ ଆଇନ) ସମ୍ପର୍କରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ଏହି ବିଲ୍‌ ଦ୍ବାରା କାହାରି ନାଗରିକତା କ୍ଷୁର୍ଣ୍ଣ ହେବନାହିଁ । ବରଂ ସମସ୍ତେ ନାଗରିକତା ପାଇବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଜଣାଇଥିଲେ । ତେଣୁ ସରକାରଙ୍କୁ ସମସ୍ତେ ଏଥିପ୍ରତି ସହଯୋଗ କରିବା ସହ ଆଇନକୁ ଲୋକଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ବାନ ଦେଇଥିଲେ । ଶନିବାର ଆୟୋଜିତ ସଭାରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ଉପସ୍ଥିତ ଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Feb 8, 2020, 9:49 PM IST

ABOUT THE AUTHOR

...view details