ଓଡିଶା

odisha

ପକ୍ଷାଘାତ ରୋଗରେ ପୀଡିତ କାର୍ତ୍ତିକ, ଚିକିତ୍ସା ପାଇଁ ସହାୟତା ଆଶାରେ ପରିବାର

By ETV Bharat Odisha Team

Published : Jan 9, 2024, 7:18 AM IST

Poor Family Needs Help: ପକ୍ଷାଘାତ ରୋଗରେ ପୀଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି କାର୍ତ୍ତିକ ନିଆଲ । ତେଣୁ କାର୍ତ୍ତିକଙ୍କ ଚିକିତ୍ସା ପାଇଁ ସହାୟତା ଆଶାରେ ଅସହାୟ ପରିବାର । ଅଧିକ ପଢନ୍ତୁ

poor family needs help
ଚିକିତ୍ସା ପାଇଁ ସହାୟତା

ଚିକିତ୍ସା ପାଇଁ ସହାୟତା

ନୂଆପଡା: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ଅଭାବରୁ ଖଟିଆରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି କାର୍ତ୍ତିକ ନିଆଲ । ସଦର ମହୁକମା ଠାରୁ 76 କିମି ଦୂରତାରେ ଅବସ୍ଥିତ ବାଦୀ ଗାଁ । ଏହି ଗାଁରେ ୩ ସନ୍ତାନଙ୍କ ସହ ବାସ କରନ୍ତି କାର୍ତ୍ତିକ ନିଆଲ ଓ ତାଙ୍କ ସ୍ତ୍ରୀ ଗୁଣମତି । ପୂର୍ବରୁ ଦିନ ମଜୁରିଆ ଭାବେ କାମ କରି ପରିବାର ଚଲାଉଥିଲେ କାର୍ତ୍ତିକ । ହେଲେ ହଠାତ୍ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ସେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ।

6 ମାସ ପୂର୍ବରୁ କାର୍ତ୍ତିକ ନିଆଲ ପକ୍ଷାଘାତ ରୋଗରେ ପୀଡିତ ହୋଇଛନ୍ତି । ଫଳରେ ଅସହାୟ କାର୍ତ୍ତିକ ବିଛଣାରେ ପଡି ରହିଛନ୍ତି । ଗୁଣମତି ସ୍ୱାମୀଙ୍କ ଚିକିତ୍ସା ପାଇଁ ଧାର କରଜ କରି ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଛନ୍ତି । ହେଲେ ସ୍ୱାମୀ କାର୍ତ୍ତିକ ଆରୋଗ୍ୟ ହେଲେ ନାହିଁ । ଧାର କରଜ ଟଙ୍କା ଶେଷ ହେବା ପରେ ଏବେ କାର୍ତ୍ତିକ ଚିକିତ୍ସା ଅଭାବରୁ ଖଟିଆରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସେପଟେ ସେମାନଙ୍କ ବଡ ଝିଅ ରୋଜଗାର ଆଶାରେ ଛତିଶଗଡ଼ ରାୟପୁରକୁ ଦାଦନ ଖଟିବାକୁ ଯାଇଛି । ଝିଅର ସ୍ୱଳ୍ପ ରୋଜଗାର ଟଙ୍କାରେ ଏହି ପରିବାରର ପ୍ରତିପୋଷଣ ହେଉଛି । ଅସହାୟ ପରିବାର ଚଳୁଛନ୍ତି ।

ଏହା ବି ପଢନ୍ତୁ...ଖବର ବାଜିଲା, ଅସହାୟଙ୍କ ନିକଟରେ ସହାୟତା ପହଞ୍ଚିଲା

ଏହା ବି ପଢନ୍ତୁ...ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ନରେନ୍ଦ୍ର, ବ୍ରେନ୍ ହାମ୍ରେଜ୍ ପରେ ଜୀବନ ଦୁର୍ବିସହ

ଦୁଃଖ ଦୁର୍ଦ୍ଦଶା ଭୋଗୁଥିବା ଏହି ପରିବାର ଓଳିଏ ଖାଇଲେ ଓଳିଏ ଉପବାସ ରହୁଥିବା ଜଣାପଡିଛି । ତେଣୁ କାର୍ତ୍ତିକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅନ୍ୟପକ୍ଷେ ଅସହାୟ କାର୍ତ୍ତିକ ନିଆଲ ପକ୍ଷାଘାତରେ ପଡିବା ପରେ ମାଟି ଛପର ଘର ଖଣ୍ଡିକ ବର୍ଷା ପାଣିରେ ଧସି ଭାଙ୍ଗିଯାଇଛି । ଆଶ୍ରୟ ନେବାକୁ ଘର ଖଣ୍ଡିଏ ନାହିଁ । ଏହି ପରିବାରର ଦୁଃଖ ଯନ୍ତ୍ରଣାକୁ ଦେଖି ସ୍ଥାନୀୟ ସରପଞ୍ଚ ମୁଣ୍ଡ ଗୁଞ୍ଜିବା ପାଇଁ ସେମାନଙ୍କୁ ପୁରୁଣା ସ୍କୁଲ କୋଠରୀ ଦେଇଛନ୍ତି । ତେଣୁ ସେମାନେ ଗାଁ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ପରିବାରର ରୋଜଗାରକ୍ଷମ ବ୍ୟକ୍ତି ରୋଗ ଶଯ୍ୟାରେ ପଡିବା ପରେ ଏବେ ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ି ପଡିଛି । ତେଣୁ ସରକାର କାର୍ତ୍ତିକଙ୍କୁ ଚିକିତ୍ସା ସହାୟତା ସହିତ ଆବାସ ଗୃହ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details