ଓଡିଶା

odisha

ETV Bharat / state

କୋରୋନା ରୋଗୀଙ୍କ ପାଇଁ ରକ୍ତଦାନ କଲେ ପୋଲିସ - ଖଡ଼ିଆଳ ପୋଲିସର ମହାନତା

ଖଡ଼ିଆଳ ପୋଲିସର ରକ୍ତଦାନ । କୋରୋନା ଆକ୍ରାନ୍ତଙ୍କୁ ବଞ୍ଚାଇବା ପାଇଁ ଏମିତି ପ୍ରୟାସ କଲେ ପୋଲିସ । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କ ପାଇଁ ରକ୍ତଦାନ କଲେ ପୋଲିସ
କୋରୋନା ରୋଗୀଙ୍କ ପାଇଁ ରକ୍ତଦାନ କଲେ ପୋଲିସ

By

Published : May 12, 2021, 10:35 AM IST

ନୂଆପଡା: ଜିଲ୍ଲା ଖଡ଼ିଆଳ ପୋଲିସର ମହାନତା । ମହାମାରୀ କୋଭିଡ କବଳରେ ଦେଶ ଲଢୁଥିବାବେଳେ ସାହାଯ୍ୟ ପାଇଁ ଅଣ୍ଟା ଭିଡିଛି ପୋଲିସ । କୋଭିଡ ଆକ୍ରାନ୍ତ ରୋଗୀମାନେ ନୂଆପଡା କୋଭିଡ କେୟାର ହସ୍ପିଟାଲରେ ରକ୍ତ ଅଭାବରୁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଫ୍ରଣ୍ଟଲାଇନ ଯୋଦ୍ଧା ସାଜି ସମ୍ମୁଖକୁ ଆସିଲା ଖଡ଼ିଆଳ ପୋଲିସ ।

କୋରୋନା ରୋଗୀଙ୍କ ପାଇଁ ରକ୍ତଦାନ କଲେ ପୋଲିସ

ଏନେଇ ନୂଆପଡା ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ଏସଡିପିଓ ସନ୍ତକ କୁମାର ଜେନା, ଆଇଆଇସି କୈଳାଶ ଚନ୍ଦ୍ର ସେଠିଙ୍କ ନେତୃତ୍ବରେ ପୋଲିସ ପ୍ରଶାସନ ପକ୍ଷରୁ ଖଡ଼ିଆଳ ଠାରେ ଆୟୋଜନ ହୋଇଛି ରକ୍ତ ଦାନ ଶିବିର। ଶିବିରରେ ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ରକ୍ତଦାନ କରିଥିବାବେଳେ,ଏକାଧିକ ସ୍ବଚ୍ଛାକୃତ ରକ୍ତ ଦାତା ଗଣ ରକ୍ତଦାନ କରି ଧନ୍ୟବାଦର ପାତ୍ର ହୋଇଛନ୍ତି । ଏଭଳି ଦୁଃଖଦ ସମୟରେ ରକ୍ତ ଦାନକରି ଲୋକଙ୍କ ଜୀବନ ବଞ୍ଚାଇବା ଏମାନଙ୍କ ଏକ ନୂଆ ପ୍ରାୟସ । ଏନେଇ ଖଡ଼ିଆଳ ପୋଲିସ ପ୍ରଶାସନଙ୍କୁ ଖଡ଼ିଆଳ ତହସିଲଦାର ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପକ୍ଷରେ ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଇବା ଲକ୍ଷ ନେଇ ଖଡ଼ିଆଳ ପୋଲିସ ପକ୍ଷରୁ ସମସ୍ତଙ୍କ ସହଯୋଗରେ ଶିବିର ଆୟୋଜନ ହୋଇଛି ବୋଲି ଖଡ଼ିଆଳ ଏସଡିପିଓ ସନ୍ତକ କୁମାର ଜେନା ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details