ନୂଆପଡା : ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚଲାନପଡା ଗ୍ରାମରେ । ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପରେ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଯୁଧୀଷ୍ଠିର ବାରିକ ।
ସୂଚନାନୁସାରେ ଗତ 2009 ମସିହାରେ କାସିପଳା ଗାଁର କେଶବ ଚଲାନଙ୍କ ଝିଅ ସସ୍ମିତାଙ୍କ ସହିତ ଚଲାନପଡା ଗ୍ରାମର ଯୁଧୀଷ୍ଠିର ବାରିକଙ୍କ ବିବାହ ହୋଇଥିଲା । ତେବେ ବାହାଘର କିଛି ବର୍ଷ ସବୁ କିଛି ଠିକଠାକ ଚାଲିଥିଲା । ହେଲେ ଗତ କିଛି ବର୍ଷ ହେବ ଯୁଧୀଷ୍ଠିର ଅନ୍ୟ ଏକ ମହିଳାଙ୍କ ପ୍ରେମରେ ପଡ଼ିଥିଲେ । ଏହାକୁ ନେଇ ଉଭୟ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ବହୁ ସମୟରେ ଗଣ୍ଡଗୋଳ ଲାଗୁଥିଲା । ସସ୍ମିତା ଅନେକ ସମୟରେ ରୋକ ଲଗାଉଥିଲେ ।