ଓଡିଶା

odisha

By

Published : Aug 4, 2019, 6:03 AM IST

ETV Bharat / state

କଫ ସିରପ କାରବାରକୁ ନେଇ ପୋଲିସର ଅତର୍କିତ ଚଢାଉ, ଜଣେ ଗିରଫ

ନୂଆପଡା ସଦର ଥାନା ସ୍ଥିତ ତେଲିପଡା ଶିବମନ୍ଦିରଠାରେ ନୂଆପଡା ପୋଲିସର ଅତର୍କିତ ଚଢାଉ । ଚଢ଼ାଉ ବେଳେ 48ଟି ବେଆଇନ କଫ ସିରପ୍ ଜବତ ସହ ଜଣେ ଯୁବକ ଗିରଫ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଜିଲ୍ଲା ସଦର ଥାନା ସ୍ଥିତ ତେଲିପଡା ଶିବମନ୍ଦିରଠାରେ ନୂଆପଡା ପୋଲିସର ଅତର୍କିତ ଚଢାଉ । ଚଢ଼ାଉ ବେଳେ 48ଟି ବେଆଇନ କଫ ସିରପ୍ ଜବତ ହେବା ସହ ଜଣେ ଯୁବକ ଗିରଫ ହୋଇଛି । ଗିରଫ ଯୁବ ଜଣକ ହେଲେ ନୂଆପଡା ସହର ସ୍ଥିତ ତେଲିପଡାର ରାଜେନ ନାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଦିନକୁଦିନ ନୂଆପଡାରେ ବେଆଇନ କଫ ସିରପ କାରବାର ବଢିବାରେ ଲାଗିଛି । ଏଠାରେ ଆପଣଙ୍କୁ କହିରଖୁଛୁ ଯେ, କଫ ସିରପ ଗୋଟିଏ ଔଷଧ । କାଶ, ଜ୍ଜର ହେଲେ ଡାକ୍ତରଙ୍କ ପରାମର୍ଶରେ ରୋଗୀ ଏହାକୁ ଖାଇ ଆରୋଗ୍ୟ ଲାଭ ପାଇଥାଏ । ତେବେ ଏହି କଫ ସିରପକୁ ଆବଶ୍ୟକୀୟ ଡୋଜରୁ ଅଧିକ ସେବନ କରିବା ଦ୍ବାରା ତାହା ମଣିଷକୁ ନିଶାଗ୍ରସ୍ତ କରାଇଥାଏ । ଯାହାଫଳରେ ନୂଆପଡା ଜିଲ୍ଳାରେ ବିଶେଷ କରି ଯୁବପୀଢି ଏହାପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ଏହାସହ କମ ଖର୍ଚ୍ଚରେ କଫ ସିରପ କିଣି ଏହାକୁ ନିଶା ଭାବରେ ବ୍ୟବହାର କରୁଛନ୍ତି ।

ଯାହା ଫଳରେ ଯୁବକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଆଉ ଏପଟେ ଏହାର ଫାଇଦା ନେଇ ଅନେକ ଅସାମାଜିକ ବ୍ୟକ୍ତି ବେଆଇନ ଭାବରେ କଫ ସିରଫ ବ୍ୟବସାୟ ଚଳାଇଛନ୍ତି ।

ତେବେ ଶନିବାର କଫ ସିରପ ବିକ୍ରୀ କରୁଥିବାବେଳେ ରାଜେନ ନାଗ ନାମକ କଫ ସିରପ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ନୂଆପଡା ପୋଲିସ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details