ଓଡିଶା

odisha

ETV Bharat / state

ପାରା ପ୍ରେମରେ ପରିବାର; 5000 ପାରାଙ୍କ ସୁରକ୍ଷାରେ ଗଣପତି, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜିତିଛନ୍ତି ପୁରସ୍କାର

ପାରା ପ୍ରେମରେ ଗଣପତିଙ୍କ ପରିବାର । ପ୍ରତିଦିନ ୫ ହଜାର ପାରାକୁ ଦେଉଛନ୍ତି ଖାଦ୍ୟ । ଏଭଳି ନିଆରା କର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ଗଣପତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 25, 2023, 9:47 PM IST

ପାରା ପ୍ରେମରେ ଗଣପତି,ଜୀବଜନ୍ତୁ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ପରିବାର
ପାରା ପ୍ରେମରେ ଗଣପତି,ଜୀବଜନ୍ତୁ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ପରିବାର

ପାରା ପ୍ରେମରେ ଗଣପତି, ଜୀବଜନ୍ତୁ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ପରିବାର

ନୂଆପଡା: ପାରା ପ୍ରେମରେ ପଡିଛନ୍ତି ପରିବାର । ମଣିଷ ଦିନକୁ ଦିନ ଜୀବଜନ୍ତୁଙ୍କ ପ୍ରତି ହିଂସ୍ର ହୋଇ ପଡିଛି ହେଲେ ସମଜରେ ଏବେ ମଧ୍ୟ ଏମିତି ବ୍ୟକ୍ତି ଆଛନ୍ତି ଯେଉଁମାନେ ପଶୁପକ୍ଷୀଙ୍କ ପ୍ରମରେ ପଡିଛନ୍ତି ।ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡାର ଗଣପତି ନାଏକ । ସେ ପ୍ରତିଦିନ ପ୍ରାୟ ୫ ହଜାର ପାରାଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ସେମାନଙ୍କ ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ଯାହା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ପାତ୍ର କରିଛି । ଏଭଳି ନିଆରା ପ୍ରୟାସ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ପୁରିସ୍କୃତ ହୋଇଛନ୍ତି ।

ସୂଚନା ଯୋଗ୍ୟ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘୁଚାଗୁଡା ଗାଁର ଗଣପତି ନାଏକ ଦୀର୍ଘ ଦିନ ପଶୁପକ୍ଷୀଙ୍କ ବଂଶ ବୃଦ୍ଧି କରିବା ଉଦେଶ୍ୟରେ ୨ଟି ପାରା ଆଣି ରଖିଥିଲେ । ପରେ ପାରା ପ୍ରେମରେ ତାଙ୍କ ପରିବା ଏମିତି ପଡିଥିଲେ ଯେ ତାହା ବର୍ତ୍ତମାନ ୫ ହଜାରେ ପହଞ୍ଚିଛି । ଗଣପତି ପ୍ରତିଦିନ ୫ ହଜାର ପାରାଙ୍କୁ ଖାଦ୍ୟ ଦେବା ସହ ସେମାନେ ପହିବା ପାଇଁ ଅସ୍ଥାୟୀ ଘର ମଧ୍ୟ କରିଛନ୍ତି । ନୂଆପଡା ପଡା ଭଳି ଆଦିବାସୀ ଜିଲ୍ଲାରେ ଲୋକମାନେ ଅନ୍ଧ ବିଶ୍ୱସରେ ପଡି ପଶୁପକ୍ଷୀଙ୍କ ବଳି ପ୍ରଥାକୁ ବଜାୟ ରଖିଛନ୍ତି । ହେଲେ ଗଣପତି ଆନ୍ଧ ବିଶ୍ବାସ ଠାରୁ ଦୂରରେ ରହି ଜୀବଜନ୍ତୁଙ୍କ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି । ଗଣପତିଙ୍କ ଏଭଳି କାମ ଦେଖି ସ୍ଥାନୀୟ ଅଞ୍ଚଳରେ ପାରାପ୍ରେମୀ ଗଣପତି ବୋଲି ତାଙ୍କୁ ଡାକୁଛନ୍ତି ।

ଏହା ମଧ୍ୟ ପଢନ୍ତୁ....ତାରାତାରିଣୀ ମନ୍ଦିରରେ ବନୀକରଣ, ପରିବେଶ ଦିବସରେ ଲାଗିଲା 300 ଗଛ

ଗଣପତି କହିଛନ୍ତି, "ମଣିଷ ଭଳି ପାରାଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି । ସେ ମଧ୍ୟ ମୁକ୍ତ ଆକାଶରେ ଉଡି ଉଡି ବଞ୍ଚିବ । ସେଥିପାଇଁ ମୁଁ ପାରାକୁ ସୁରକ୍ଷା ଦେଉଛି । ପାରା ସୁରକ୍ଷା କାମରେ ମୋତେ ମୋର ସ୍ତ୍ରୀ ମୋର ଭାଇ ସାହାଯ୍ୟ କରନ୍ତି । ଏତେ ସଂଖ୍ୟକ ପାରାକୁ ଦେଖି ଭୋକ ଶୋଷ ମେଣ୍ଟିଯାଏ ।"

ସଭ୍ୟ ସମାଜରେ ପାରାପ୍ରେମୀ ଗଣପତିଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ନୂଆପଡାବାସୀ । ଗଣପତିଙ୍କ ଏଭଲି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପୁରସ୍କୃତ ହୋଇଛନ୍ତି । ଏଭଳି ସମ୍ମାନ ପାଇଁ ନିଜକୁ ଅଧିକ ଉତ୍ସାହିତ ହୋଇଥିବା କହିଛନ୍ତି । ଏବେ ଗଣପତିଙ୍କ ସମେତ ପୂରା ପରିବାର ପ୍ରେମରେ ପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ...World Environment Day: ପ୍ଲାଷ୍ଟିକ ମୁକ୍ତ ସଚେତନତା, ଜୈବକୁଣ୍ଡ ପ୍ରସ୍ତୁତ କଲେ ଗ୍ରାମବାସୀ

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details