ନୂଆପଡା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ 15 ଦିନର ଗଣଧାରଣା ପରେ ସୁଫଳ ନ ମିଳିବାରୁ ଆଜି ଗଣଧାରଣାକୁ ତୀବ୍ରତର କରିଛନ୍ତି ବିକ୍ଷୋଭକାରୀ । ସିନାପାଲି ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ସମେତ ଶେଖର ମେହେର,କାନ୍ତ ମାଝୀ ଏବଂ ଧନସିଂ ମାଝୀ ଆଜି ଠାରୁ ଆମରଣ ଅନଶନ ରେ ବସିଛନ୍ତି ।
ସୂଚନାଯୋଗ୍ୟ ସିନାପାଲି ବ୍ଲକ ଚଲନା, ଟିମନପୁର ଏବଂ ବୋଡେ଼ନ ବ୍ଲକ ରୋକାଲ ଠାରେ ନିକଟରେ ନବନିର୍ମିତ ୱେସ୍କୋ ବିଦ୍ୟୁତ ସଵଷ୍ଟେସନ ସ୍ଥାପିତ ହୋଇଛି । ଏହି ସଵଷ୍ଟେସନ ରେ ଟେକନିସିଆନ, ହେଲ୍ପର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅନଶନକାରୀ ଅଭିଯୋଗ କରିଛନ୍ତି । ଏହି ନିଯୁକ୍ତି ବ୍ୟବସ୍ଥାରେ ନୂଆପଡା ଓ ୱେସ୍କୋ ଏକଜୁକ୍ୟୁଟିଭି ଇଂଜିନିୟର ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।