ନୂଆପଡ଼ା: ଜିଲ୍ଲାର ଖଡ଼ିଆଳ ବ୍ଲକ ଖୁଦପେଜ ଗ୍ରାମ ପିଡବ୍ଲ୍ୟୁଡି (PWD) ରାସ୍ତା ଠାରୁ ଭାୟା ବରଗାଁ ବାଇପାସ ରାସ୍ତା ଉପରେ ଥିବା ପୁରୁଣା ପୋଲ ଭାଙ୍ଗି ମରଣଯନ୍ତା ପାଲଟିଛି । ମାଟି ଅତଡ଼ା ଖସି ରାସ୍ତା ଉପରେ ବଡ଼ ଗର୍ତ୍ତ ହୋଇଯାଇଛି । ବିକଳ୍ପ ନଥିବାରୁ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ବରଗାଁ ବାଇପାସ ରାସ୍ତା ଉପରେ ବଡ଼ ଗର୍ତ୍ତ, ବିପଦ ଅବସ୍ଥାରେ ଲୋକଙ୍କ ଯାତାୟତ ଖଡ଼ିଆଳ ବ୍ଲକ ସଦର ମହୁକମା ଠାରୁ ୧୨ କିଲୋମିଟର ଦୂରତାରେ ଅବସ୍ଥିତ ଖୁଦପେଜ ଗ୍ରାମପଞ୍ଚାୟତ । ଖୁଦପେଜ ଗ୍ରାମ ନିକଟସ୍ଥ PWD ରାସ୍ତା ଠାରୁ ଭାୟା ବରଗାଁ ବାଇପାସ ରାସ୍ତା ସଡକ ପୋଲ ଉପରେ ଏକ ବଡ଼ ଖାଲ ସୃଷ୍ଟି ହୋଇଛି । ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷାରେ ପୋଲ ଭାଙ୍ଗିଯାଇଛି । ଫଳରେ ମାଟି ଅତଡା ଖସି ବଡ଼ ଗର୍ତ୍ତ ସୃଷ୍ଟି କରିଛି । ଯାହାଫଳରେ ଯାତାୟତ କରୁଥିବା ଲୋକମାନଙ୍କ ପ୍ରତି ବିପଦ ଦେଖାଦେଇଛି । ବିକଳ୍ପ ନ ପାଇ ଲୋକେ ବାଧ୍ୟହୋଇ ଭଙ୍ଗା ପୋଲ ଉପରେ ଯାତାୟତ କରୁଛନ୍ତି ।
ଏହା ବି ପଢନ୍ତୁ-ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଗରମ ତେଲ କଡେଇକୁ ଠେଲିଦେଲେ
ଦୀର୍ଘ ଦିନରୁ ପୋଲ ଭାଙ୍ଗିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରକାର ଜିରୋ କନେକ୍ଟିଭିଟି ଅଞ୍ଚଳକୁ ଯୋଗାଯୋଗ ବୃଦ୍ଧି କରିବା ଦିଗରେ ରାଜକୋଷରୁ କୋଟିକୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି । ହେଲେ ଖଡ଼ିଆଳ ବ୍ଲକ ଖୁଦପେଜ ବାଇପାସ ସଡକ ପ୍ରତି ସରକାରଙ୍କ ନିଘା ନାହିଁ । ଚଳିତବର୍ଷ ଲଘୁଚାପ ବର୍ଷାରେ ପୋଲ ଭାଙ୍ଗି ଯାଇଥିବାବେଳେ ଇତି ମଧ୍ୟରେ ୭ମାସ ବିତିଲାଣି । ତଥାପି ସ୍ଥାନୀୟ ବିଡ଼ିଓ, ସରପଞ୍ଚ କିମ୍ବା ଜିଲ୍ଲା ପ୍ରଶାସନର ଦୃଷ୍ଟି ନାହିଁ ।
ଫଳରେ ଆଜି ଗ୍ରାମର SHG ମହିଳା ମାନେ ଉତକ୍ଷିପ୍ତ ହୋଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏକ ମାସ ମଧ୍ୟରେ ପୋଲ ନିର୍ମାଣ ନ ହେଲେ, ରାଜ ରାସ୍ତାରେ ଜୋରଦାର ଆନ୍ଦୋଳନ କରିବେ ବୋଲି ଶପଥ ନେଇଛନ୍ତି । ଅପରପକ୍ଷେ ଖୁବଶୀଘ୍ର ପୋଲ ନିର୍ମାଣ ହେବ ବୋଲି ଖଡ଼ିଆଳ ବିଡ଼ିଓ ପ୍ରତିଶୃତି ଦେଇଥିବା ଖୁଦପେଜ ସରପଞ୍ଚ ଯଶୋଦା ଶତପଥୀ ପ୍ରକାଶ କରିଛନ୍ତି । ଏହି ରାସ୍ତା ପ୍ରତିଦିନ ଗ୍ରାମବାସୀ ଯାତାୟତ କରୁଥିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପୋଲ ନିର୍ମାଣ କରିବା ଜରୁରୀ ହୋଇପଡିଛି ।
ଇଟିଭି ଭାରତ, ନୂଆପଡ଼ା