ଓଡିଶା

odisha

ବିଧବା ମହିଳାଙ୍କୁ ବାସସ୍ଥାନ ପାଇଁ ସାଧାରଣରେ ଦାବି

By

Published : Nov 17, 2020, 5:30 PM IST

ଜିଲ୍ଲାର କୁକୁଡ଼ାତାଳ ଗ୍ରାମରେ ଦଦରା ଘରେ ବାସ କରୁଛନ୍ତି 70ବର୍ଷୀୟ ବିଧବା ମହିଳା । ସରକାରୀ ଯୋଜନାରେ ମହିଳାଙ୍କୁ ବାସସ୍ଥାନ ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି । ଅଧିକ ପଢନ୍ତୁ...

People demands to give shelter to widowed woman in Nuapada
ବିଧବା ମହିଳାଙ୍କୁ ବାସସ୍ଥାନ ପାଇଁ ସାଧାରଣରେ ଦାବି

ନୂଆପଡ଼ା: ଜିଲ୍ଲାର ସଦର ମହକୁମା ମୋଟାନୂଆପଡ଼ା ଗ୍ରାମ ପଞ୍ଚାୟତର କୁକୁଡ଼ାତାଳ ଗ୍ରାମରେ ବିଧବା ମହିଳା ବିପଦସଙ୍କୁଳ ଘରେ ବାସ କରୁଛନ୍ତି । ପରିଣତ ବୟସରେ ବାରମ୍ବାର ଗ୍ରାମପଞ୍ଚାୟତକୁ ଦୌଡୁଥଲେ ମଧ୍ୟ ଆବାସ ଗୃହ ମିଳିନାହିଁ । ତେବେ ମହିଳାଙ୍କୁ ବାସସ୍ଥାନଟିଏ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

ବିଧବା ମହିଳାଙ୍କୁ ବାସସ୍ଥାନ ପାଇଁ ସାଧାରଣରେ ଦାବି

ମୋଟାନୂଆପଡା ଗ୍ରାମ ପଞ୍ଚାୟତ କୁକୁଡ଼ାତାଳ ଗ୍ରାମରେ 70 ବର୍ଷୀୟା ବିଧବା ମହିଳା ରିଖି ରାଉତ ଝାଟିମାଟି ଭଙ୍ଗା ଦଦରା ଘରେ ବାସ କରୁଛନ୍ତି । କିଛି ବର୍ଷ ପୂର୍ବେ ସ୍ବାମୀଙ୍କ ଦେହାନ୍ତ ପରେ ଦଦରା ଘରଟି ମଧ୍ୟ ତାଙ୍କର ଭାଙ୍ଗିଯାଇଛି । ମହିଳାଙ୍କ ନିକଟରେ ସାମର୍ଥ୍ୟ ନଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଅସହାୟ ହୋଇ ସେହି ଦଦରା ଘରେ ବାସ କରୁଛନ୍ତି । କୁଡ଼ିଆ ଘରର 4 ଖୁଣ୍ଟରେ କନା ଘୋଡ଼ାଇ ସେ ରହୁଛନ୍ତି ।

ତେବେ ଅସହାୟ ମହିଳା ବାରମ୍ବାର ବିଜୁ ପକ୍କା ଘର ଯୋଜନା ମାଧ୍ୟମରେ ବାସସ୍ଥାନଟିଏ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମିଳିନାହିଁ । ସେପଟେ 2011 ଜନଗଣନା ତାଲିକା ଓ ବିଜୁ ପକ୍କା ଘର ତାଲିକାରେ ବିଧବା ରିଖି ରାଉତଙ୍କ ନାମ ନଥିବାରୁ ମହିଳା ଜଣକ ସରକାରୀ ଯୋଜନାରୁ ବଞ୍ଚିତ ଥିବା ସରପଞ୍ଚ କହିଛନ୍ତି । ମହିଳାଙ୍କୁ ଯଥାଶୀଘ୍ର ବାସସ୍ଥାନ ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details