ଓଡିଶା

odisha

ETV Bharat / state

ପିଡିଏସ କିରୋସିନି ହଡପ ଅଭିଯୋଗ, ତଦନ୍ତ କଲେ ନୂଆପଡା ଉପଜିଲ୍ଲାପାଳ - Nuapada sub-collector investigating the matter

ବୋଡେନ ବ୍ଲକ କରଙ୍ଗାମାଲ ଗ୍ରାମପଞ୍ଚାୟତରେ ପିଡିଏସ କିରୋସିନି ହଡପ କରାଯାଇଥିବା ଅଭିଯୋଗ । ମାସେ କି ଦି ମାସ ନୁହେଁ ଦୀର୍ଘ 11 ମାସ ଧରି ହିତାଧିକାରୀ କିରୋସିନି ପାଇନଥିବା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ବୁଧବାର ନୂଆପଡା ଉପଜିଲ୍ଲାପାଳ ତରଣୀସେନ ନାଏକ, ଜିଲ୍ଲା ଯୋଗାଣ ଅଧିକାରୀ ତଦନ୍ତ ଚଳାଇଛନ୍ତି । ଅଧିକ ପଢନ୍ତୁ...

ପିଡିଏସ କିରୋସିନି ହଡପ ଅଭିଯୋଗ, ତଦନ୍ତ କଲେ ନୂଆପଡା ଉପଜିଲ୍ଲାପାଳ
ପିଡିଏସ କିରୋସିନି ହଡପ ଅଭିଯୋଗ, ତଦନ୍ତ କଲେ ନୂଆପଡା ଉପଜିଲ୍ଲାପାଳ

By

Published : Jul 29, 2020, 4:47 PM IST

ନୂଆପଡା: ବୋଡେନ ବ୍ଲକ କରଙ୍ଗାମାଲ ଗ୍ରାମପଞ୍ଚାୟତରେ ପିଡିଏସ କିରୋସିନି ହଡପ କରାଯାଇଥିବା ଅଭିଯୋଗ । ମାସେ କି ଦି ମାସ ନୁହେଁ ଦୀର୍ଘ 11ମାସ ଧରି ହିତାଧିକାରୀ କିରୋସିନି ପାଇନଥିବା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ବୁଧବାର ନୂଆପଡା ଉପଜିଲ୍ଲାପାଳ ତରଣୀ ସେନ ନାଏକ, ଜିଲ୍ଲା ଯୋଗାଣ ଅଧିକାରୀ ତଦନ୍ତ ଚଳାଇଛନ୍ତି ।

ସୂଚନା ଅନୁସାରେ, କରଙ୍ଗାମାଲ ଗ୍ରାମପଞ୍ଚାୟତ ସାଧାରଣ ଖାଉଟି ସାମଗ୍ରୀ ବଣ୍ଟନ କରିବା ପାଇଁ ସ୍ଥାନୀୟ ମା ଦ୍ବାରସନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଚୁକ୍ତି କରିଛନ୍ତି। ତେବେ କିରୋସିନି ବଣ୍ଟନରେ ମା ଦ୍ବାରସନୀ ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟତିକ୍ରମ କରିଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।

ପିଡିଏସ କିରୋସିନି ହଡପ ଅଭିଯୋଗ, ତଦନ୍ତ କଲେ ନୂଆପଡା ଉପଜିଲ୍ଲାପାଳ

ଗତ 2019 ମସିହା ଜୁଲାଇ ମାସ ଠାରୁ 2020 ଜୁନମାସ ପର୍ଯ୍ୟନ୍ତ ଦୀର୍ଘ 11 ମାସର କିରୋସିନି ପାଇନଥିବା ଅଭିଯୋଗ କରିଛନ୍ତି ସାଧାରଣ ଖାଉଟି ଓ ନାଏବ ସରପଞ୍ଚ ରାଜୁ ରଣା । ଅପରପକ୍ଷେ ପ୍ରତ୍ୟେକ ମାସରେ କିରୋସିନି ଡିପୋରୁ କରଙ୍ଗାମାଲ ଗ୍ରାମପଞ୍ଚାୟତକୁ କିରୋସିନି ଦେଇଥିବା ସବ ଡିପୋ ମାଲିକ ଆରିଫ ମହମ୍ମଦ ସ୍ପଷ୍ଟ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ନୂଆପଡା ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ କରଙ୍ଗାମାଲ ଆସି ତଦନ୍ତ ଚଳାଇଛନ୍ତି । ତଦନ୍ତ ଶେଷ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details