ନୂଆପଡା: ସୁନାବେଡା ଅଭୟାରଣ୍ୟ ସ୍ଥିତ ଗୋଧସ ଜଳ ପ୍ରପାତରେ ଅଘଟଣ । ଜଳ ପ୍ରପାତକୁ ଖସିପଡି ଯୁବକଙ୍କ ଶୋଚନୀୟ ମୃତ୍ୟୁ । ମୃତ ଯୁବକଙ୍କ ନାମ ମହେଶ ନାଗ ହୋିଥିବା ବେଳେ ତାଙ୍କ ଘର ଟିଟିଲାଗଡ଼ ଥାନା ସିଗ୍ନାମୁଣ୍ଡା ବୋଲି ଜଣାପଡିଛି ।
ଗୋଧସ ଜଳ ପ୍ରପାତରେ ଖସି ଯୁବକ ମୃତ - ଜଳ ପ୍ରପାତକୁ ଖସିପଡି ଯୁବକଙ୍କ ଶୋଚନୀୟ ମୃତ୍ୟୁ
ସୁନାବେଡା ଅଭୟାରଣ୍ୟ ସ୍ଥିତ ଗୋଧସ ଜଳ ପ୍ରପାତକୁ ଖସିପଡି ଯୁବକଙ୍କ ଶୋଚନୀୟ ମୃତ୍ୟୁ । ମୃତକ ଜଣକ ଟିଟିଲାଗଡ଼ ଥାନା ସିଗ୍ନାମୁଣ୍ଡା ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଗୋଧସ ଜଳ ପ୍ରପାତକୁ ଖସିପଡି ଯୁବକଙ୍କ ଶୋଚନୀୟ ମୃତ୍ୟୁ
ଗୋଧସ ଜଳ ପ୍ରପାତକୁ ଖସିପଡି ଯୁବକଙ୍କ ଶୋଚନୀୟ ମୃତ୍ୟୁ
ସୂଚନାମୁତାବକ, ମହେଶ ନାଗ ତାଙ୍କ ସାଙ୍ଗ ମାନଙ୍କ ସହ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସ୍ଥିତ ଗୋଧସ ଜଳ ପ୍ରପାତକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ କୌଣସି କାରଣରୁ ଗଭୀର ଜଳ ପ୍ରପାତକୁ ଖସିପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଖବର ପାଇ ଧରମବନ୍ଧା ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ