ନୂଆପଡା: ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ, ମହାନଗରୀ ପୁଣେ ଠାରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ । ସେମାନଙ୍କ ଘର ନୂଆପଡା ଜ଼ିଲ୍ଲା ବୋଡେନ ବ୍ଲକ ଡ଼ମଝର, କର୍ଲାକୋଟ ଗ୍ରାମ ହୋଇଥିବା ବେଳେ ଆଉ କିଛି ଶ୍ରମିକ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି ।
ପୁଣେରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ - Odia workers are trapped in Pune
ନୂଆପଡା ଜ଼ିଲ୍ଲା ବୋଡେନ ବ୍ଲକ ଡ଼ମଝର, କର୍ଲାକୋଟ ଗ୍ରାମର କିଛି ଶ୍ରମିକ ପୁଣେ ଠାରେ ଫସିରହିଛନ୍ତି । ଉଦ୍ଧାର ପାଇଁ ପ୍ରଶାସନକୁ ଗୁହାରୀ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ପୁଣେରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ od_npd_labour problem](https://etvbharatimages.akamaized.net/etvbharat/prod-images/768-512-6673003-628-6673003-1586089303558.jpg)
ପୁଣେରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ
ପୁଣେରେ ଫସିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ
ଲକଡାଉନ କାରଣରୁ ଶ୍ରମିକ ମାନଙ୍କ କାମ ବନ୍ଦ ରହିଛି । ଯଦ୍ବାରା ସେଠାରେ ଫସି ରହିଥିବା ଶ୍ରମିକ ମାନଙ୍କୁ କମ୍ପାନୀ ମାଲିକ କିମ୍ବା ସେଠାକାର ପ୍ରଶାସନ ସହାୟତା ଦେଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନୂଆପଡା ଏବଂ ବଲାଙ୍ଗୀର ଜିଲ୍ଳାପାଳଙ୍କୁ ନିବେଦନ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ