ନୂଆପଡ଼ା: ଓବିସି (OBC)ଶ୍ରେଣୀର ଲୋକମାନଙ୍କୁ ଜନ ଜାଗରଣ କରିବା ପାଇଁ ରାଜ୍ୟବ୍ୟାପୀ ଭ୍ରମଣ କଲା OBC ରଥ । ମଙ୍ଗଳବାର ନୂଆପଡା ଜିଲ୍ଲାରେ ଏହି ରଥ ଭ୍ରମଣ କରିଛି । ଏହି ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ରାଜ୍ୟ OBC ମଞ୍ଚ ସଭାପତି ଶଙ୍କର ପାତ୍ରଙ୍କ ଆହ୍ବାନ କ୍ରମେ ରାଜ୍ୟର 30ଟି ଜିଲ୍ଲାରେ ଭ୍ରମଣ କରିଛି OBC ରଥ ।
ଓଡ଼ିଶା ରାଜ୍ୟ ତଥା ସାରା ଭାରତ ବର୍ଷରେ ହାରାହାରି 53ରୁ 54 ଶତକଡ଼ା OBC ବର୍ଗର ଲୋକେ ବସବାସ କରୁଥିବା ବେଳେ, ଏହି ବୃହତ ବର୍ଗ ପ୍ରତି ସରକାର ଚରମ ଅବହେଳା କରୁଥିବା ଅଭିଯୋଗ କରିଛି ରାଜ୍ୟ OBC ମଞ୍ଚ । ଦେଶର ସମ୍ବିଧାନରେ OBC ବର୍ଗର ଲୋକମାନଙ୍କ ପାଇଁ ନିଯୁକ୍ତି, ଶିକ୍ଷା, ରାଜନୀତି କ୍ଷେତ୍ରରେ 27 ପ୍ରତିଶତ ସ୍ଥାନ ସଂଗ୍ରକ୍ଷଣ (କୋଟା) ରହିଥିବା ବେଳେ ଓଡ଼ିଶା ସରକାର OBCଙ୍କୁ ସୁରକ୍ଷା ସଂରକ୍ଷଣ ଦେବା ବଦଳରେ ଚରମ ଅବହେଳା କରିଛନ୍ତି । ଦେଶ ସ୍ବାଧୀନତା 76 ବର୍ଷ ବିତି ଯାଇଥିଲେ ସୁଦ୍ଧା OBCଙ୍କ ଭାଗ୍ୟ ଭବିଷ୍ୟତ ବିଷୟରେ ଚିନ୍ତା କରିନାହାନ୍ତି ସରକାର । ଏନେଇ ରାଜ୍ୟବ୍ୟାପି OBC ତାତି ଲାଗିଥିବା ବେଳେ OBC ଲୋକଙ୍କୁ ଜନ ଜାଗରଣ କରିବା ପାଇଁ 26 ନଭେମ୍ବର ପବିତ୍ର ସମ୍ବିଧାନ ଦିବସ ପରଠୁ ଓଡ଼ିଶା ଭ୍ରମଣ ଲକ୍ଷ୍ୟନେଇ BOC ରଥ ବାହାରିଛି ।