ନୂଆପଡା: ରାଜ୍ୟରେ ଥମୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । କିଏ ପରିବାରକୁ ଦାନା ମୁଠାଏ ଯୋଗାଉଛି ତ ପୁଣି କିଏ ସର୍ଦ୍ଦାର ପାଖରେ ବନ୍ଧା ପଡୁଛି । ପୁଣି କିଏ ନିଖୋଜ ହୋଇଯାଉଛି । ଏମିତି ଏକ କାହାଣୀ ନୂଆପଡା ଜିଲ୍ଲା ଜୟବାହାଲ ଗାଁର ମିଚି ବାଗଙ୍କର ।
ଗତ 2014 ମସିହାରେ ସ୍ବାମୀ ତ୍ରିନାଥ ବାଗଙ୍କ ସହ ମିଚି ଓ 4 ସନ୍ତାନ ଦାଦନ ଖଟିବାକୁ ସୂଦୁର ଚେନ୍ନାଇ ଯାଇଥିଲେ । ସେଠାରେ କିଛି ଦିନ କାମ ହଠାତ୍ ନିଖୋଜ ହୋଇଗଲେ ତ୍ରିନାଥ । ଏହାପରେ ମିଚିଙ୍କ ଉପରେ ଯେମିତି ଦୁଃଖର ପାହାଡ ଛିଣ୍ଡି ପଡିଲା । ଦୀର୍ଘଦିନ ଧରି ସ୍ବାମୀଙ୍କ କୌଣସି ଖୋଜ ଖବର ନ ମିଳିବା ପରେ ମିଚି ପିଲାଛୁଆଙ୍କୁ ନେଇ ନିଜ ଗାଁକୁ ଫେରି ଆସିଥିଲେ । ହେଲେ ଦୁଃଖ କମିବା ବଦଳରେ ଦ୍ବିଗୁଣ ହୋଇଗଲା। ମିଚିଙ୍କ 4 ସନ୍ତାନ ମଧ୍ୟରୁ 16 ବର୍ଷିୟ ପୁଅ ହାଇଦ୍ରାବାଦରେ କାମ କରୁଛନ୍ତି ।