ଓଡିଶା

odisha

By

Published : Oct 29, 2022, 5:49 PM IST

ETV Bharat / state

ମାଛ ଚାଷ ଦେଲା ନୂଆ ପରିଚୟ, ଲୋକଙ୍କ ମୁହଁରେ ଫୁଟାଇଲେ ହସ

ମାଛ ଚାଷ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ନୂଆପଡ଼ାର ସୁଶାନ୍ତ କୁମାର ସାହୁ । ହୋଟେଲ ବ୍ୟବସାୟ ଛାଡ଼ି ମାଛ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି ସୁଶାନ୍ତ । ଆଉ ଏବେ ଜଣେ ସଫଳ ମାଛ ଚାଷୀ । ଅଧିକ ପଢ଼ନ୍ତୁ

ମାଛ ଚାଷ ଦେଲା ନୂଆ ପରିଚୟ
ମାଛ ଚାଷ ଦେଲା ନୂଆ ପରିଚୟ

ନୂଆପଡ଼ା :ମାଛ ଚାଷ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ନୂଆପଡ଼ାର ସୁଶାନ୍ତ କୁମାର ସାହୁ । ହୋଟେଲ ବ୍ୟବସାୟ ଛାଡ଼ି ମାଛ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି ସୁଶାନ୍ତ । ଆଉ ଏବେ ଜଣେ ସଫଳ ମାଛ ଚାଷୀ ।

ଏମିତି ହୋଇଥିଲା ଆରମ୍ଭ

ଯୁବକ ଅବସ୍ଥାରେ ପ୍ରଥମେ ଖଡ଼ିଆଳ ସହର ଠାରେ ଭାତ ଓ ଜଳଖିଆ ହୋଟେଲ ବ୍ୟବସାୟରୁ ଜୀବନ ଆରମ୍ଭ କରିଥିଲେ । ହେଲେ ତାହାକୁ ନେଇ ପରିବାର ଚଳିବା ତାଙ୍କ ପାଇଁ କଷ୍ଟ ହୋଇପଡ଼ିଲା । ତେଣୁ କିଛି ବର୍ଷ ପରେ ହୋଟେଲ ବ୍ୟବସାୟକୁ ଛାଡ଼ି ମାଛ ଚାଷ ପ୍ରତି ମନ ବଳାଇଥିଲେ। ଆଉ ଏବେ ଜିଲ୍ଲାର ଜଣେ ସଫଳ ଚାଷୀ ରୂପେ ବେଶ ପରିଚିତ ସୁଶାନ୍ତ ।

ମାଛ ଚାଷ ଦେଲା ନୂଆ ପରିଚୟ

ସ୍ବପ୍ନ ସାକାର କଲା ମାଛ ଚାଷ

କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଥିଲେ ଜଣେ ମନୁଷ୍ୟ ସଫଳତାର ଶୀର୍ଷ ଛୁଇଁପାରେ । ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ସଫଳ ଯୁବ ମାଛ ଚାଷୀ ସୁଶାନ୍ତ କୁମାର ସାହୁ । ଏକ ଛୋଟିଆ ହୋଟେଲ କରି ଜଳଖିଆ ବିକ୍ରି କରୁଥିବା ସୁଶାନ୍ତ ଦିନେ ଯେ ଏତେ ବଡ଼ ସଫଳ ଚାଷୀ ପାଲଟିବେ ତାହା କେବେ କଳ୍ପନା କରିନଥିଲେ। ମାଛ ଯାଆଁଳ କେନ୍ଦ୍ରରେ ମାଛ ଚାଷ କରି ବର୍ତ୍ତମାନ ବର୍ଷକୁ 50 ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି । ନିଜ ମାଛ ଯାଆଁଳ କେନ୍ଦ୍ରରେ ବର୍ଷକୁ 25କୋଟିରୁ ଅଧିକ ମାଛ ଯାଆଁଳ ପ୍ରଡକ୍ସନ କରିବାର କ୍ଷମତା ରଖିବା ସହ 30ରୁ ଊର୍ଦ୍ଧ୍ବ ପରିବାରକୁ ବର୍ଷ ତମାମ ରୋଜଗାର ଦେଉଛନ୍ତି ଯୁବ ମାଛଚାଷୀ ସୁଶାନ୍ତ କୁମାର ସାହୁ।

ଏନେଇ ମାଛଚାଷୀ ସୁଶାନ୍ତ କୁମାର ସାହୁ କହିଛନ୍ତି, ''ଗତ 2000ମସିହାରେ ଗ୍ରାମ ପଞ୍ଚାୟତସ୍ତରୀୟ 3ଗୋଟି ପୋଖରୀ ଲିଜ ନେଇ ବାଦୀ ଗାଁଠାରେ ଛୋଟ ଛୋଟ ଯାଆଁଳ କେନ୍ଦ୍ରକରି ମାଛଚାଷ ଆରମ୍ଭ କରିଥିଲି । କିଛି ବର୍ଷ ପରେ ବାଦୀ ଗାଁ ଠାରେ ପାଣିର ଅଭାବ ଦେଖାଦେଇଥିଲା । ଏହାପରେ 2014 ମସିହାରୁ ଖଡ଼ିଆଳ ବ୍ଲକ ମୋହରା ଗ୍ରାମଠାରେ 25ଏକର ଜମିରେ ମାଛ ଯାଆଁଳ ପୋଖରୀ ଖନନ କରି ମାଛ ଚାଷ ଆରମ୍ଭ କଲି । ଯାହା ଆଜି ମୋତେ ସଫଳତାରେ ପହଞ୍ଚାଇଛି। ଏହାସହ ସରକାରୀ ସହାୟତାକୁ ହୃଦୟ ସହ ପ୍ରଶଂସା କରିଛନ୍ତି ମାଛ ଚାଷୀ ସୁଶାନ୍ତ ।''

ଚଳିତ 2022 ବର୍ଷ ବେଳକୁ ପ୍ରାୟ 100 ଏକର ଜମିରେ ମାଛଚାଷ କରି ଜିଲ୍ଲାରେ ଉଦାହରଣ ପାଲଟିଛନ୍ତି । ଏପରିକି ରାଜ୍ୟ ତଥା ରାଜ୍ୟ ବାହାରୁ ମାଛଚାଷୀ ମାନେ ଯାଆଁଳ ନେଇ ବେଶ ଲାଭବାନ ହେଉଥିବା ପ୍ରକାଶ କରିଛନ୍ତି । ରାଜ୍ୟର ଅନେକ ସ୍ଥାନରେ ମାଛ ଯାଆଁଳ କେନ୍ଦ୍ର ଥିବା ବେଳେ, ସେଗୁଡିକରେ କେବଳ ଜୁନ ଜୁଲାଇ ଅଗଷ୍ଟ ମାସ ପର୍ଯ୍ୟନ୍ତ ମାଛ ଯାଆଁଳ ମିଳିଥାଏ ।

ମାଛ ଯାଆଁଳ କେନ୍ଦ୍ରରେ ବର୍ଷ ତମାମ 12 ମାସ ମାଛ ଯାଆଁଳ ମିଳିଥାଏ । ଏଠିକାର ଉନ୍ନତମାନର ରୋହୀ, ଭାକୁର, ମିରକାଳି ଭଳି 15 କିସମର ମାଛ ଯାଆଁଳ ସୁଲଭ ମୂଲ୍ୟରେ ମିଳିଥାଏ ବୋଲି ମାଛ ଚାଷୀମାନେ ପ୍ରକାଶ କରିଛନ୍ତି । ନିଜେ ଲାଭାଂନ୍ନିତ ହେବାସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରମିକ ମାନଙ୍କୁ ବର୍ଷ ତମାମ୍ ରୋଜଗାର ଯୋଗାଇଛନ୍ତି ମାଛଚାଷୀ ସୁଶାନ୍ତ କୁମାର ସାହୁ ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details